ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ କେସ ୧୦୦ ରୁ ୧୫୦ ଅଧିକ ରହିଛି
by Argus News
Fri, Jul 05 | 9:13 p.m.

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଡେଙ୍ଗୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସଇଁତଳାର ଏକ ଗାଁ ହଟସ୍ପଟ୍ ହୋଇଛି । ୧୧ ଡେଙ୍ଗୁ କେସ୍ ସେହି ସ୍ଥାନରେ ଚିହ୍ନଟ ହୋଇଛି । ଗତବର୍ଷ ଅପେକ୍ଷା ରାଜ୍ୟରେ  ଡେଙ୍ଗୁ ମାମଲା ୧୦୦ ରୁ ୧୫୦ ଅଧିକ ରହିଛି ।  ଗତବର୍ଷ ୨୦୯ଟି କେସ୍ ଏହି ସମୟ ପର୍ଯ୍ୟନ୍ତ ଥିଲା ଯାହା ଚଳିତ ଥର ୩୪୯ ଚିହ୍ନଟ ହୋଇଛି । ଚଳିତ ଥର ୩୦ ହଜାରରୁ ଅଧିକ ଟେଷ୍ଟ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଡେଙ୍ଗୁ ମୃତ୍ୟ ରାଜ୍ୟରେ ସାମ୍ନାକୁ ଆସି ନାହିଁ। 

ବର୍ଷା ଶୀଘ୍ର ଆସିଥିବାରୁ ଡେଙ୍ଗୁ କେସ ବଢିବାର ସମ୍ଭାବନା ରହିଥାଏ । କିନ୍ତୁ ଏଥର ଆଗୁଆ ପଦକ୍ଷେପ ମଧ୍ୟ ନିଆଯାଇଛି । ଚଳିତ ବର୍ଷ ଭୁବନେଶ୍ୱରରେ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୯ ଡେଙ୍ଗୁ ଚିହ୍ନଟ ହୋଇଛି। ବିଭିନ୍ନ ପ୍ରକାର ପଦକ୍ଷେପ ଡେଙ୍ଗୁ ନ ବଢିବା ପାଇଁ ନିଆଯାଇଛି ।

ଘରକୁ ଘର ବୁଲି ସର୍ଭେ କରିବା ସହ ଟିମ୍ ବୁଲି ଯାଞ୍ଚ କରୁଛି କେଉଁ ଘର ବାହାରେ ପାଣି ଜମିଛି କି ନାହିଁ, ଫଗିଂ କରାଯାଉଛି, ଶୀଘ୍ର ରୋଗ ଚିହ୍ନଟିକରଣ ପାଇଁ ଏଲିଶା ମେସିନ ଦିଆଯାଇଛି । ପ୍ରାଇଭେଟ୍ ରେ ଟେଷ୍ଟ ନକରାଇ ସରକାରୀ ଜାଗାରେ ପରୀକ୍ଷା ପାଇଁ କୁହାଯାଇଛି । ଯେଉଁ ପରୀକ୍ଷା ପଦ୍ଧତି ଗ୍ରହଣୀୟ ସେଥିରେ ପରୀକ୍ଷା କରନ୍ତୁ । ଭୁବନେଶ୍ଵର ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ପରୀକ୍ଷା ନେଇ ବ୍ୟବସ୍ଥା କରାଯାଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ବିଶ୍ୱ ବିଜେତା
ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ
ଅର୍ଗସ ବ୍ୟୁରୋ: ଟି-୨୦ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଦଳକୁ ମାଳଦ୍ବୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ବକପ ବିଜୟକୁ ସେଲିବ୍ରେଟ କରିବାପାଇଁ ମାଳଦ୍ବୀପର ପର୍ଯ୍ୟଟନ ବିଭାଗ
ଆସନ୍ତା ୧୯ ଓ ୨୦ରେ
ଆସନ୍ତା ୧୯ ଓ ୨୦ରେ ପୁରୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ହେବା ନେଇ ସୂଚନା
ଅର୍ଗସ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖର
ଶ୍ରୀଲଙ୍କା କ୍ରିକେଟ୍
ଶ୍ରୀଲଙ୍କା କ୍ରିକେଟ୍ ଦଳର କୋଚ୍ ହେବେ ସନଥ ଜୟସୁରିୟା
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ନିରାଶ ଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନ ନେବାକ