ରାଜ୍ୟ ବାହାରେ ଥାଇ ମଧ୍ୟ ଧୁମଧାମରେ ପାଳନ କଲେ ଘୋଷଯାତ୍ରା
by Argus News
Tue, Jul 09 | 8:37 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟ ବାହାରେ ରହି ମଧ୍ୟ ଓଡ଼ିଆ ମାନେ ନିଜ ପରମ୍ପରାକୁ ଭୁଲିନାହାନ୍ତି। ଅତି ସୁନ୍ଦର ଭାବେ ପାଳନ କରିଛନ୍ତି ଘୋଷଯାତ୍ରା। ବେଙ୍ଗାଲୁରୁର ଆହାଦ ଏକ୍ସେଲେନ୍ସିଆରେ ପ୍ରଥମ ଥର ପାଇଁ ଧୁମଧାମରେ ପାଳନ ହୋଇଛି ରଥଯାତ୍ରା। ୬୦ ପରିବାର ମିଶି ମହାପ୍ରଭୁଙ୍କ ସବୁ ନୀତିକାନ୍ତି କରିଥିଲେ। ଭୋଗ ସହ ପୂଜାର ଆୟୋଜନ ମଧ୍ୟ କରିଥିଲେ। ଏହି ସୋସାଇଟିରେ ପ୍ରଥମଥର ପାଇଁ ଜାକଜମକରେ ଉତ୍ସବକୁ ପାଳନ କରିଥିଲେ। 

ଦିଲ୍ଲୀରୁ ପଲ୍ଲୀ ସବୁଠି ରଥଯାତ୍ରା ଉତ୍ସବ ପାଳନ ହୋଇଛି। ହରିୟଣା ଗୁରୁଗ୍ରାମ ସାଇକା ଆଙ୍ଗନ ମନ୍ଦିର ପରିସରରେ ମଧ୍ୟ ରଥଯାତ୍ରା ଉତ୍ସବ ଆୟୋଜିତ ହେଇଥିଲା। ଏହି ରଥଯାତ୍ରାରେ Dr ଚନ୍ଦ୍ରଭାନୁ ଶତପଥୀ ଯୋଗ ଦେଇଥିଲେ। ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରାରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ମଧ୍ୟ ସାମିଲ ହୋଇଥିଲେ।।

 ବିଶ୍ବର କୋଣ ଅନୁକୋଣରେ ମହାଆଡମ୍ବରରେ ପାଳିତ ହୋଇଛି ଘୋଷଯାତ୍ରା। ଓଡ଼ିଆ ପରମ୍ପରା ପୁରୀ ନୀତିକାନ୍ତି ଅନୁସାରେ ସବୁଠି ମହାଆଡ଼ମ୍ବର ସହକାରେ ପୂଜାବିଧି କରାଯାଇଛି। ସବୁଠି ଏକାକାର ହୋଇଛନ୍ତି ରଥ ପଥ ଜଗନ୍ନାଥ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା