ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି
by Argus News
Mon, Sep 30 | 2:00 p.m.

ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟା ନାହିଁ। ଜଣଙ୍କ ଘରେ ବି ତାଲା ପଡ଼େନି। ଏହି ଗାଁରେ ଗୋଟିଏ ବି ସିମେଣ୍ଟ ଘର ନାହିଁ। କେଉଁ ବି ଘରର ଛାତ ନାହିଁ। ସବୁଠୁ ଆଶ୍ଚର୍ଯ୍ୟକର କଥା ଏଠାକାର ବାସୀନ୍ଦା ମଦ କିମ୍ବା ଆମିଷକୁ ହାତ ମାରନ୍ତିନି। ଏମିତିକି ଜଳାହୁଏନି କେବେ ନିମ୍ବ କାଠ କିମ୍ବା କିରାସିନ।

ବର୍ତ୍ତମାନ ଏହି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହି ଗାଁଟି ହେଉଛି ରାଜସ୍ଥାନର ବେୱର ଜିଲାର ଦେବମାଲି ଗାଁ। ଲୋକପ୍ରିୟତା ତଥା ସ୍ଥାନୀୟ ସଂସ୍କୃତିର ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଦେବମାଲିକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ଚୟନ କରାଯାଇଛି।  ଗାଁଟିର ନାଁ ଆରାଧ୍ୟ ଦେବତା ପ୍ରଭୁ ଦେବନାରାୟଣଙ୍କ ନାମ ଅନୁସାରେ ନାମକରଣ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଏହି ଗାଁ ବେଶ ଲୋକପ୍ରିୟ। ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ଆଧାରରେ ଶ୍ରେଷ୍ଠ ପର୍ଯ୍ୟଟନ ଗାଁର ସମ୍ମାନ ପ୍ରଦାନ କରାଯାଉଛି। 

ଆସନ୍ତା ନଭେମ୍ବର ୨୭ରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏହି ଗ୍ରାମକୁ ସମ୍ମାନିତ କରିବେ। ଏନେଇ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି। ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା ଦ୍ୱାରା ଦେବମାଲିର ଐତିହାସିକ, ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିପାରିବ ବୋଲି ଦିୟା କହିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 


 

ଛତୁଆ ଚିନ୍ତା
32m ago
ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି- ପ୍ରଭାତୀ ପରିଡା
ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଘାରିଛି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆର ଜାଗା । ଖରାପ ମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଛତୁଆ ବଦଳର
୫ଟି ବିଦ୍ୟାଳୟ
55m ago
୫ଟି ବିଦ୍ୟାଳୟର ପ୍ଲାଷ୍ଟର ଖସି ୫ ଛାତ୍ରୀ ଆହତ
ଖୋର୍ଦ୍ଧା: ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହା ଅନେକ କ୍ଷେତ୍ରରେ ଧର୍ମକୁ ଆଖିଠାର ସଦୃଶ ହୋଇଛି। ‌ଖୋର୍ଦ୍ଧା ଜିଲ୍ଲ
ଦେବ ଦତ୍ତସିଂ
ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ
ଅର୍ଗସ ବ୍ୟୁରୋ: ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ । ସିପି ଅଫିସରେ ପହଁଚି ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ପୋଲିସ ସେବା ଭବନରେ ନୂଆ ସିପିଙ୍କୁ ବିଧିବଦ୍