ପାଟପୁର ଗ୍ରାମରେ ହଇଜା ଆତଙ୍କ 
by Argus News
Wed, Jul 10 | 1:34 p.m.

 ବ୍ରହ୍ମପୁର: ଧରାକୋଟ ବ୍ଲକ ପାଟପୁର ଗ୍ରାମରେ ହଇଜା ଆତଙ୍କ । ଧରାକୋଟ ବ୍ଲକ ସୀଙ୍ଗିପୁର ପଞ୍ଚାୟତ ପାଟପୁର ଗ୍ରାମରେ ଗତ ତିନି ଦିନ ହେଲା ଝାଡ଼ା ବାନ୍ତି ଲାଗି ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଟେ ଟିମ୍ ଗ୍ରାମର ସ୍ଥିତି ଉପରେ ନଜର ରଖିଛନ୍ତି l ଆକ୍ରାନ୍ତଙ୍କ ମଧ୍ୟରେ ଗ୍ରାମର ଜଣେ ଗର୍ଭବତୀ ମହିଳା ସନ୍ତୋଷିନି ବେହେରା ପ୍ରଥମେ ସୋରଡ଼ା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିଲେ l ସେହିପରି ଗ୍ରାମର ଆଉ ଜଣେ ମହିଳା ବାସନ୍ତି ଗୌଡ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ସୋରଡାରେ ଚିକିତ୍ସିତ ହେଉଛନ୍ତି l

ଅନ୍ୟ ଆକ୍ରାନ୍ତ ମାନେ ଗ୍ରାମରେ ରହି ଘରେ ଚିକିତ୍ସିତ ହୋଉଥିବା ଜଣା ଯାଇଛି l ଗ୍ରାମର ଆବର୍ଜନା ସ୍ଥାନରେ ଓ କୂଅରେ ବ୍ଲିଚିଂ ପକା ଯାଇଥିବା ବେଳେ  ଗ୍ରାମର ପାଣିର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠା ଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଛି l ରୋଗ ଆକ୍ରାନ୍ତ ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ଟିମ୍, ଅଙ୍ଗନୱାଡ଼ି, ଆଶା କର୍ମୀ ମାନେ ଘରେ ଘରେ ବୁଲି ସଚେତନା କରାଉଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରରେ ଛୋଟ ପିଲାମାନେ ହାତ ଧୋଇ ଖାଦ୍ୟ ଖାଇବା ଉପରେ ଅନୁଧ୍ୟାନ କରାଯାଇଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା