ପାନୀୟ ଜଳ ପ୍ରସଙ୍ଗରେ ପୁଣି ଧର୍ମେନ୍ଦ୍ରଙ୍କ ଆଟାକ୍
by Argus News
Mon, Apr 15 | 7:17 p.m.

ଅର୍ଗସ ବ୍ୟୁରୋ : ରାଜ୍ୟରେ ଦେଖାଦେଇଥିବା ଉତ୍କଟ ପାନୀୟ ଜଳ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିରିଜ୍ ଆଟାକ୍ । ୨୫ ବର୍ଷର ବିଜେଡି ସରକାରଙ୍କ ରୂପାନ୍ତରଣ ଉପରେ ପୁଣି ଉଠାଇଲେ ପ୍ରଶ୍ନ । ରେଢାଖୋଲରେ ପାନୀୟ ଜଳ ସମସ୍ୟା ନେଇ ସମ୍ବାଦପତ୍ରରେ ପ୍ରକାଶିତ ଖବର ପୋଷ୍ଟ କରି ଧର୍ମେନ୍ଦ୍ର ଲେଖିଛନ୍ତି, ସମ୍ବଲପୁର ରେଢାଖୋଲ ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ଅଦ୍ୟାବଧି ଶେଷ ନହେବା ସ୍ଥାନୀୟ ସରକାରର ଅପାରଗତା ଓ ମନୋମୁଖୀ ଶାସନକୁ ଦର୍ଶାଉଛି । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କାରଣରୁ ଲୋକମାନେ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ? କେବଳ ଘୋଷଣା କରିଦେଲେ ହେବ ନାହିଁ, ପ୍ରତିଶ୍ରୁତି ପାଳନ କରିବାକୁ ପଡେ । ଚଳିତ ନିର୍ବାଚନରେ ଲୋକମାନେ ଏହାର ଉଚିତ୍ ଜବାବ ଦେବେ ।

ରେଢାଖୋଲ ବ୍ଲକର ୯ଟି ପଞ୍ଚାୟତର ୧୧୫ ଖଣ୍ଡ ଗାଁରେ ପାଇପ୍ ଯୋଗେ ପାଣି ପହଁଞ୍ଚାଇବାକୁ ୨୦୧୯ରେ ୯୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ବସୁଧା ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିଲା ଟେଣ୍ଡର । ୨୦୨୧ରେ ଶେଷ କରିବାକୁ ଠିକା ସଂସ୍ଥା ଲକ୍ଷ୍ୟ ରଖିଥିଲା । ହେଲେ ଜାଗା ଯୋଗାଇଦେବାରେ ରାଜ୍ୟ ସରକାର କରିଥିଲେ ବିଳମ୍ବ । ଫେଳରେ ୫ବର୍ଷ ପରେବି ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇପାରିନି । ଯେଉଁଥିପାଇଁ ଉତ୍କଟ ପାଣି ସମସ୍ୟା ଭୋଗୁଛନ୍ତି ୧୧୫ ଗାଁର ଲୋକେ । ବର୍ଷ ତମାମ ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି ସମସ୍ତେ । ଆଉ ଖରାଦିନେ ତାହା ବି ଶୁଖିଯାଉଛି ।

ସେହିପରି ଆଉ ଏକ ପୋଷ୍ଟରେ ବେବଗଡ଼ ବାରକୋଟ୍ ବ୍ଲକ ମହୁପାଳ ଗାଁର ପିଇବା ସମସ୍ୟା କଥା ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଲେଖିଛନ୍ତି, ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ କାଦୋପଡା ପଞ୍ଚାୟତ ଅନ୍ତର୍ଗତ ମହୁପାଳ ଗ୍ରାମରେ ଅଧିକାଂଶ ଆଦିବାସୀ ଓ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ସେମାନେ ସ୍ୱଚ୍ଛ ପାନୀୟ ଜଳ ଓ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୋଦି ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପାଇଁ ମୋଟ ୧୦,୨୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ବେ ରାଜ୍ୟରେ ପାନୀୟ ଜଳର ବିକଟ ସମସ୍ୟା ଦେଖାଯିବା ରାଜ୍ୟ ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟରେ ଆଦିବାସୀମାନେ ସର୍ବନିମ୍ନ ମୌଳିକ ସୁବିଧା ପାଇନପାରିବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ? ଏଥର ପରିବର୍ତ୍ତନ ନିଶ୍ଚୟ ହେବ ।

ଭୟାବହ ଅଗ୍ନିକାଣ୍ଡ
12m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
12m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
23m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ