ବାର ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ 
by Argus News
Tue, Apr 16 | 1:49 p.m.

ସମ୍ବଲପୁର : ସମ୍ବଲପୁର ସ୍ଥିତ ଜିଲ୍ଲା ବାର ଆସୋସିଏସନର କର୍ମ କର୍ତ୍ତା ମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ବାର ଆସୋସିଏସନ ରେ  ଅନୁଭବି ଓ ଗୁରୁଜନ ସିନିୟର୍ ଓକିଲ ସହ ଦେଖା ହେବା ସହ ଏହି ଅଞ୍ଚଳର ଅନେକ ବିକାଶ ନିମନ୍ତେ ଉପଦେଶ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। । ଲୋକସଭା ପ୍ରାର୍ଥୀ ନିମନ୍ତେ ତାଙ୍କର ଯେଉଁ ଅପେକ୍ଷା ରହିଛି ହାଇକୋର୍ଟ ବେଞ୍ଚ ଗଠନ ହେଉ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ଗୁଡ଼ିକର ବ୍ରାଞ୍ଚ ହୋଇ ପାରିବ ସେ ସବୁ ଆଲୋଚନା ହେଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ ହେଉଛି ସମ୍ବଲପୁରକୁ କେମିତି ଭାରତବର୍ଷ ର ଏକ ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ଏଠିକାର ଯୁବକ ମାନଙ୍କ ମଧ୍ୟରେ ରୋଜଗାର  ହେଉ କି ଏଠିକାର ସାମାଜିକ ଜୀବନ ଓ ଅର୍ଥନୀତି ସୃଦୃଢ଼ କିପରି ହେବ ସେ ନେଇ ପରାମର୍ଶ ଦେଲେ । ସେସବୁ କୁ ମୁଁ ଭଲରେ ଗ୍ରହଣ କଲି । ମୁଁ ଆଗାମୀ ଦିନରେ ଏ ପ୍ରକାର ପରାମର୍ଶ ଓ ଆଲୋଚନା କୁ ଅପେକ୍ଷା ରଖିବି। ପୁଣି ଥରେ ବାର କୁ ଆସିବି । ସମ୍ବଲପୁର ବାର ରେ ଭଲ ସଂଖ୍ୟକ ଯୁବକ ଓ ମହିଳା ଭଉଣୀ ମାନେ ଓକିଲ ଭାବେ ଯୋଗ ଦେଇଛନ୍ତି । ଯାହା ଏକ ଭଲ ଲକ୍ଷଣ। ଆହୁରି ବଢିବା ଦରକାର। ସମ୍ବଲପୁର ଏକ ପ୍ରମୁଖ ଅଞ୍ଚଳ ଆମ ଦେଶର। ଆମ ସଂସ୍କୃତି ଓ ସଭ୍ୟତା ର କେନ୍ଦ୍ର।   
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି