ଓଡ଼ିଆରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଶପଥ ପାଠ
by Argus News
Mon, Jun 24 | 7:37 p.m.

ନୂଆଦିଲ୍ଲୀ: ବାଚସ୍ପତି ଆସନରେ ଓଡ଼ିଆ ପୁଅ ଭର୍ତ୍ତୃହରି । ଭର୍ତ୍ତୃହରିଙ୍କୁ ଶପଥ ପାଥ କରାଇଲେ ଓଡିଆ ଝିଅ ଦ୍ରୌପଦୀ । ଓଡ଼ିଆରେ ଶପଥ ନେଲେ ଧର୍ମେନ୍ଦ୍ର-ଜୁଏଲ । ସଂସଦରେ ଓଡ଼ିଆ ଅସ୍ମିତାର ଝଲକ । 280 ସାଂସଦଙ୍କ ଶପଥ ପାଠ କରାଇଲେ ଭର୍ତ୍ତୃହରି । ଆରମ୍ଭ ହୋଇଛି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ। ଏହାପରେ ସେ ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଛନ୍ତି।  ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଧାମୋହନ ସିଂହ, ନୀତିନ ଗଡକରୀ, ମନୋହର ଲାଲ ଖଟ୍ଟର, ଜ୍ୟୋତିରାଦ୍ଧିତ୍ୟ ସିନ୍ଧିଆ, ଚିରାଗ ପାଶଓ୍ବାନ, ଏଚଡି କୁମାରସ୍ବାମୀ ମଧ୍ୟ ଶପଥ ନେଇଛନ୍ତି।

ଦୁଇ ଓଡ଼ିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କରିଛନ୍ତି। ତାଙ୍କ ସହିତ  ବିଜେପିର ଅନୁରାଗ ଠାକୁର, କଙ୍ଗନା ରଣାଓ୍ବତ, କଂଗ୍ରେସର ଦୀପେନ୍ଦ୍ର ସିଂ ହୁଡ୍ଡା, ଗୌରଭ ଗୋଗଇ। ଅବଶିଷ୍ଟ ସାଂସଦ ଆସନ୍ତାକାଲି ଶପଥ ନେବେ। ପରେ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ।
ଏହାପରେ ସଂସଦର ଉଭୟ ଗୃହକୁ ଜୁନ 27ରେ ରାଷ୍ଟ୍ରପତି ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଜୁନ 28ରେ ଆଲୋଚନା ହେବ। ଏହା ପରେ ଜୁଲାଇ 2 କିମ୍ବା 3ରେ ପ୍ରଧାନମନ୍ତ୍ରୀ ଉତ୍ତର ରଖିବେ।  

ଅଧିକ ପଢନ୍ତୁ ଭାରତ ଖବର 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ