ଆସୁଛି ବାତ୍ୟା : ଧର୍ମେନ୍ଦ୍ର କହିଲେ ଆମ ସରକାର ପ୍ରସ୍ତୁତ
by Argus News
Wed, Oct 23 | 11:52 a.m.

ଅର୍ଗସ ବ୍ୟୁରୋ: ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ଼ ସୂଚନା । ଓଡ଼ିଶାର ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଦାନା । ଲ୍ୟାଣ୍ଡଫଲ୍‌ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି । ବାତ୍ୟା 'ଦାନା' ପାଇଁ ବନ୍ଦରରେ ୪ନଂ ବିପଦ ସଂକେତ ଦିଆଯାଇଛି  । ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ ଦିଆଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସ ପେଜରେ ଲେଖିଛନ୍ତି ଆମ ସରକାର ବାତ୍ୟା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ।  

ଏହାସହ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ୱାରା ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି । 

ରାଜ୍ୟରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏଭଳି ସମୟରେ ଜନସାଧାରଣ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ଅନୁରୋଧ କରୁଛି ।

 ଆମ ଦଳର କାର୍ଯ୍ୟକର୍ତ୍ତାମାନେ ନିଜର ଶକ୍ତି ଓ ସାମର୍ଥ୍ୟ ସହ ବାତ୍ୟା ପ୍ରଭାବିତ ହେବାକୁ ଥିବା ସ୍ଥାନର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ଜନସାଧାରଣଙ୍କର କିଛି କ୍ଷତି ନ ହେଉ, ଏହା ହିଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।
 

ବାତ୍ୟା
13m ago
ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ
ଅର୍ଗସ ବ୍ୟୁରୋ : ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । ପାରାଦୀପ ରାଡାର୍‌ ତଥ୍ୟରୁ ପାଣିପା
BJP
19m ago
ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି
ଅର୍ଗସ ବ୍ୟୁରୋ: ବତ୍ୟା ପାଇଁ ଜୋରଦାର ପ୍ରସ୍ତୁତି । ବିଜେପିର ବାତ୍ୟା ହେଲ୍ପ ଲାଇନ୍ ଜାରି ହୋଇଛି । ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି । ଏନେଇ ବିଜେପି ରାଜ୍
CYCLONE DANA
36m ago
ପାରାଦୀପ ରାଡାରକୁ ଆସିଲାଣି ବାତ୍ୟା ! କାଲି ରାତିରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ପାଣିପାଗ ବିଭାଗ ଯାହା ଆକଳନ କରିଥିଲା, ଏବେ ସେଇୟା ହେଲା । ଅର୍ଥାତ୍‌ ଅବପାତ ବାତ୍ୟାର ରୂପ ନେଲା । ଗଭୀର ସମୁଦ୍ରରେ ଧୀରେ ଧୀରେ ବଳୁଆ ହେଉଛି ସାଇକ୍ଲୋନ୍