ପାରାଦୀପ ରାଡାରକୁ ଆସିଲାଣି ବାତ୍ୟା ! କାଲି ରାତିରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା
by Argus News
Wed, Oct 23 | 1:10 p.m.

ଅର୍ଗସ ବ୍ୟୁରୋ: ପାଣିପାଗ ବିଭାଗ ଯାହା ଆକଳନ କରିଥିଲା, ଏବେ ସେଇୟା ହେଲା । ଅର୍ଥାତ୍‌ ଅବପାତ ବାତ୍ୟାର ରୂପ ନେଲା । ଗଭୀର ସମୁଦ୍ରରେ ଧୀରେ ଧୀରେ ବଳୁଆ ହେଉଛି ସାଇକ୍ଲୋନ୍ । ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି । ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି ବାତ୍ୟା ଦାନା । ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ପରେ ପରେ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ, ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ପ୍ରାୟ ୧୨୦ କି.ମି ରହିବ । 

ଅବପାତରୁ ବାତ୍ୟାର ରୂପ ନେବା ପରେ ଆଜି ବାତ୍ୟାର ରୂପ ନେଇ ସାରିଛି । ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ବୀପ ଭିତରେ ଉପକୂଳ ପାର କରିବ ଭୀଷଣ ବାତ୍ୟା । ତେବେ ଉତ୍ତର ଓଡ଼ିଶାରେ ବାତ୍ୟା ବେଶୀ କୋପ ଦେଖାଇବ । ଖାସ କରି ୭ଟି ଜିଲ୍ଲାରେ ଆସନ୍ତାକାଲି ଏବଂ ପଅରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବେଗରେ ପବନ ବହିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୨୦ କିମି ରହିପାରେ।

ବାତ୍ୟା ଆସୁଥିବାରୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସରକାରୀ ସ୍ତରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗତକାଲି ପ୍ରଥମ ଦଫାରେ ୯ଟି ଜିଲ୍ଲାକୁ ଏନଡିଆରଏଫ୍‌ ଟିମ୍ ବାହାରି ସାରିଛି । ସେହିପରି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାରେ ମୁତୟନ ରହିବେ ୧୭ ଓଡ୍ରାଫ ଟିମ୍ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ୨ଟି ଲେଖାଏଁ ଟିମ୍ ମୁତୟନ ହେବାକୁ ଥିବାବେଳେ ଭଦ୍ରକ ଓ ବାଲେଶ୍ୱରରେ ୨ଟି ଏବଂ ଗଞ୍ଜାମ, କଟକ ଓ ମୟୂରଭଞ୍ଜରେ ବି ଟିମ୍ ସଜାଗ ରହିବେ ।

ସମ୍ଭାବ୍ୟ ବାତ୍ୟାରେ କେମିତି କାହାରି କୌଣସି ପ୍ରକାର ଅସୁବିଧା ନହେବ ସେନେଇ ସରକାର ସବୁପ୍ରକାର ବନ୍ଦୋବସ୍ତ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରଥମେ ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ସ୍ଥାନାନ୍ତର କରାଯିବ । ସରକାରୀ ଆଶ୍ରୟସ୍ଥଳୀ ବାଦ୍ ଆଉ ୫ଶହ ଅସ୍ଥାୟୀ ଆଶ୍ରୟ ଶିବିର ବି ପ୍ରସ୍ତୁତ ରହିଛି । ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା ହୋଇଛି । ସବୁ ସେଣ୍ଟରରେ ମହିଳା ପୋଲିସ ରହିବେ । ସବୁଠି ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ।

 ଯେହେତୁ ବାତ୍ୟା ଓଡ଼ିଶାରେ ମାଡ଼ ହେବ । ତେଣୁ ପବନ ବଢିବା ମାତ୍ରେ ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶକ୍ତି ବିଭାଗର ସଚିବ କହିଛନ୍ତି । ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ୧୦ ହଜାର ଷ୍ଟାଫ୍, ୮ ହଜାର ପୋଲ୍ ଓ ୫୦୦ ଟ୍ରାନ୍ସଫର୍ମର ରହିଛି । ମେଡ଼ିକାଲରେ ଯେମିତି କୌଣସି ସମସ୍ୟା ନହେବ ସେଇଥି ଲାଗି ଗୁରୁତ୍ଵ ଦିଆଯାଉଛି । ତେବେ ବାତ୍ୟାକୁ ନେଇ ପ୍ରତି ଘଂଟାରେ ଅପଡେଟ୍‌ ଖବର ଦେଉଛି ପାଣିପାଗ ବିଭାଗ ।
 

ନିର୍ବନ୍ଧ ପରେ ଆରମ୍ଭ
15m ago
ନିର୍ବନ୍ଧ ପରେ ଆରମ୍ଭ ହେଲା ଶୋଭିତା-ଚୈତନ୍ୟଙ୍କ ବିବାହ କାର୍ଯ୍ୟକ୍ରମ
ଅର୍ଗସ ବ୍ୟୁରୋ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କର
CYCLONE UPDATE
43m ago
ଉତ୍ତର ଓଡିଶାରେ ଆରମ୍ଭ ହେଲାଣି ବର୍ଷା...
ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି
OCS ପ୍ରିଲିମ୍
OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା
ଅର୍ଗସ ବ୍ୟୁରୋ: OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା । OPSC ପରିଚାଳିତ OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା । OCS ପ୍ରିଲିମନାରୀ ପରୀକ୍ଷା ଆସନ୍ତା 27ରେ ହେବାର ଥିଲା । ସପ୍ତାହେ ପର