'ହାରିବା ପାଇଁ ରାଜନୀତି ଛଡ଼ା ଯାଏ ନାହିଁ'
by Argus News
Fri, May 10 | 8:26 p.m.

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ଚ୍ୟାଲେଞ୍ଜକୁ ନେଇ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ । ଓଡ଼ିଶାରେ ବିଜେପି ସରକାର ନ ହେଲେ ରାଜନୀତି ଛାଡ଼ିବେ କି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ନିର୍ବାଚନୀ ସଭାରେ ଚ୍ୟାଲେଞ୍ଜ ଦେଇଥିଲେ ଭୈରବ କେ ପାଣ୍ଡିଆନ । ଏ ନେଇ ପାଣ୍ଡିଆନଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। କହିଛନ୍ତି ଯେଉଁମାନଙ୍କର ଓଡିଶାର ଇତିହାସ ସମ୍ପର୍କରେ ସର୍ବ ନିମ୍ନଜ୍ଞାନ ନାହିଁ ଯେଉଁମାନେ ଅଗଣତାନ୍ତ୍ରିକ, ସେମାନେ ଏମିତି କଥା କୁହନ୍ତି । ଯେଉଁ ଦଳ ନାଁରେ ଏମାନେ ରାଜନୀତି କରୁଛନ୍ତି ଦଳର ନେତା ଓଡ଼ିଶା ଇତିହାସ ସମ୍ପର୍କରେ ଜାଣିନାହାନ୍ତି, ନହେଲେ ଇତିହାସ ଜାଣିବା ପାଇଁ ଚାହୁଁନାହାନ୍ତି । 

ବିଜୁ ପଟ୍ଟନାୟକ ୫ଟି ଜାଗାରେ ନିର୍ବାଚନ ହାରିଥିଲେ, କିନ୍ତୁ ବିଜୁବାବୁ ରାଜନୀତି ଛାଡିନଥିଲେ ।  ମୁଁ କେବେ ରାଜନୀତି ଛାଡିବାର ପ୍ରଶ୍ନ ହିଁ ଉଠୁ ନାହିଁ। ହାରିବା ପାଇଁ ରାଜନୀତି ଛଡ଼ା ଯାଏ ନାହିଁ । ଆମେ ଗୋଟିଏ ସମୟରେ ଅମାନତ ହରାଉଥିଲୁ, ସେବେ ବି ନିର୍ବାଚନ ଲଢ଼ୁଥିଲୁ, ଦମ୍ଭରେ ଲଢୁଥିଲୁ । ଆଜି ତ ଭରତବର୍ଷରେ ଏବଂ ସାରା ପୃଥିବୀରେ ବିଜେପି ବଡ଼ ରାଜନୈତିକ ଦଳ । ଦେଶରେ ସରକାର କରିଛୁ ରାଜ୍ୟରେ ବି କରିବୁ ଏକଥା ଆମ କ୍ୟାପଟେନ କହି ଯାଇଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍