ବଦ୍ରିନାରାୟଣ ପାତ୍ରଙ୍କୁ ମହିଳା ଘେରିବା ପ୍ରସଙ୍ଗ, ଟ୍ୱିଟ୍ କରି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
by Argus News
Fri, Apr 19 | 4:19 p.m.

ଅର୍ଗସ ବ୍ୟୁରୋ:  କେନ୍ଦୁଝର କେଶଦୁରାପାଳରେ ପାଣି ପାଇଁ ବଦ୍ରିନାରାୟଣ ପାତ୍ରଙ୍କୁ ମହିଳା ଘେରିବା ପ୍ରସଙ୍ଗ । ଟ୍ୱିଟ୍ କରି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ? ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦୁଝର କେଶଦୁରାପାଳ ପଞ୍ଚାୟତ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମା’ ଭଉଣୀମାନେ “ପାଣି ନାହିଁ ତ ଭୋଟ ନାହିଁ” ସ୍ୱର ଉତ୍ତୋଳନ କରୁଛନ୍ତି । ଓଡ଼ିଶାରେ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ମୋଦି ସରକାର ଓଡ଼ିଶା ପାଇଁ ୧୦,୨୦୭ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି । ତଥାପି ଏପରି ଅବ୍ୟବସ୍ଥା କାହିଁକି ?

ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଆବଣ୍ଟିତ କେନ୍ଦ୍ରୀୟ ପାଣ୍ଠିର ୫୦ ପ୍ରତିଶତ ମଧ୍ୟ ଖର୍ଚ୍ଚ କରିପାରୁ ନାହାନ୍ତି । ରାଜ୍ୟବାସୀଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ କାହିଁକି ? ବୋଲି ଏକ୍ସ ଆକାଉଣ୍ଟରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି କେନ୍ଦୁଝର ଜିଲ୍ଲା କେଶଦୁରାପାଳ କୁରାଳ ସାହିରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ହଟହଟା ହୋଇଥିଲେ ବଦ୍ରିନାରାୟଣ । କେଶଦୁରପାଳ ଗାଁରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ମନ୍ଦିର ପ୍ରତିଷ୍ଠା ପାଇଁ ଯାଇଥିବା ବେଳେ ପାଣି ସମସ୍ୟା ନେଇ ବଦ୍ରିଙ୍କୁ ଘେରିବା ସହ ତୀବ୍ର ବିରୋଧ କରିଥିଲେ ମହିଳା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

TIGER
14m ago
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ
HEAT WAVE
36m ago
ଆହୁରି ଦୁଇ ସପ୍ତାହ ତତେଇବା ତାତି
ଅର୍ଗସ ବ୍ୟୁରୋ: ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ନାହିଁ ନିସ୍ତାର । ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି, ତଥା ସାମୁଦ୍ରିକ ବାୟୁ ପ୍ରବା
SP
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍