ମାର୍କେଟକୁ ଆସିଲା ଡାଇବେଟିସ ଚାଉଳ, ଖାଇଲେ ଛୁଇଁବନି ସୁଗାର
by Argus News
Wed, Jan 03 | 6:44 p.m.

ଯାଜପୁର: ମାର୍କେଟକୁ ଆସିଲା ଡାଇବେଟିସ ଚାଉଳ । ଖାଇଲେ ଛୁଇଁବନି ସୁଗାର । ବିଜ୍ଞାନ ଚାଷୀଙ୍କ କମାଲ୍ । ଡାଇବେଟିସ ରୋଗୀ ଖାଇପାରିବେ ଭାତ । ଚାଉଳରେ ରହିଛି 50% ରୁ କମ୍ ସର୍କରା । କାନକୁ ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ  ଲଗୁଥିବ । ଯେଉଁଠି ଡାକ୍ତର ଜଣେ ଡାଇବେଟିସ ରୋଗୀକୁ ଭାତ ଖାଇବାକୁ ମନା କରିଥାନ୍ତି ସେଠି ଏଭଳୀ ଧାନ ଚାଷ ମଧୁମେହ ରୋଗୀଙ୍କ ମୁହଁରେ ହସ ଫୁଟାଇଛି। ଏହି ଧାନ ଚାଷ କରି ଏବେ ଚର୍ଚ୍ଚାରେ ବିଜ୍ଞାନ ଚାଷୀ ଉମେଶ ନାୟକ । ଯାଜପୁର ବିଂଝାରପୁର ବ୍ଲକ  ଅନ୍ତର୍ଗତ ଅଞ୍ଜନପୁର ଗ୍ରାମର ଉମେଶ ନାୟକ ନିଜର ୧ ଏକର ଚାଷ ଜମିରେ ଚାଷ କରୁଛନ୍ତି RNR15048  ତେଲେଙ୍ଗାନା ସୋନା ଧାନ । 

 

ଏହି ତେଲେଙ୍ଗାନା ସୋନା କିସମର ଧାନ ତେଲେଙ୍ଗାନା ପ୍ରଫେସର ଶଙ୍କର ଏଗ୍ରିକଲଚର ରିସର୍ଚ୍ଚ ୟୁନିଭରସିଟି ଦ୍ୱାରା ପ୍ରଥମେ ଆବିଷ୍କୃତ କରାଯାଇଥିଲା । ଯେଉଁଥିରେ ଶତକଡା ୫୦ ଭାଗରୁ କମ କର୍ବୋହାଇଡ୍ରେଡ ରହୁଛି । ମଧୁମେହ ରୋଗୀଙ୍କ ପାଇଁ ସର୍କରା ବା କାର୍ବୋହାଇଡ୍ରେଟ କ୍ଷତିକାରକ ହୋଇଥାଏ । ସେଥିପାଇଁ ଡାକ୍ତର ଭାତ ଖାଇବା ଉପରେ କଟକଣା ଲଗାଇଥାନ୍ତି । ଆଉ ଏଭଳି ଚାଉଳର ଭାତ ମଧୁମେହ ବା ଡାଇବେଟିସ ରୋଗୀ ଖାଇପାରିବେ ବୋଲି କହିଛନ୍ତି ଡାଇବେଟିସ ବିଶେଷଜ୍ଞ । 

ସାଧାରଣତଃ ଦୈନଦିନ ଚାଉଳରେ ୭୧% ରୁ ଅଧିକ କାର୍ବୋହାଇଡ୍ରେଟ୍ ହାଇଥିବାବେଳେ ଏହି ତେଲେଙ୍ଗାନା ସୋନା କିସମ ଧାନରେ ୫୦ % ରୁ କମ୍ କାର୍ବୋହାଇଡ୍ରେଟ ରହିଥାଏ । ଯାହା ମଧୁମେହ ରୋଗୀଙ୍କ ଶରୀର ଉପରେ କୌଣସି ପ୍ରଭାବ ପକାଇନଥାଏ । 

ଆହୁରି ପଢନ୍ତୁ ଓଡିଶା ଖବର...

BJP
now
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
33m ago
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
45m ago
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ