ବିଜେଡି ଶାସନରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା
by Argus News
Mon, Feb 19 | 7:08 p.m.

ଅର୍ଗସ ବ୍ୟୁରୋ: ରାୟଗଡ଼ାର ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝି ମୃତ୍ୟୁକୁ ନେଇ କଣ ଲୁଚାଇବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ? କାହିଁକି ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଳମ୍ବ କରୁଛି ପୋଲିସ ?  କାହିଁକି ଚୁପ୍ ରାଜ୍ୟ ସରକାର। ଏ ସବୁ ନେଇ ଖପ୍ପା ଆଦିବାସୀ ସମାଜ । ଲକ୍ଷ୍ମୀ ମାଝୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର 50 ଦିନ ପରେ ବି ତାଙ୍କୁ ନ୍ୟାୟ ମିଳି ନ ଥିବାରୁ ତାକୁ ନେଇ ପୁଞ୍ଜିଭୂତ ଆଦିବାସୀଙ୍କ ଅସନ୍ତୋଷର ଇଏ ପ୍ରତିଫଳନ । ରାୟଗଡ଼ାରେ ଆଦିବାସୀ ବିଶାଳ ଶୋଭାଯାତ୍ରା କରିଛନ୍ତି । ଲକ୍ଷ୍ମୀମାଝୀ ଘଟଣାର ଅପରାଧୀଙ୍କୁ ତୁରନ୍ତ ଗିରଫ ଦାବିରେ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ଦେଇଛନ୍ତି ।

ଗତ ଡିସେମ୍ବର 21ରେ ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ମା ଗୃହରେ କାର୍ଯ୍ୟରତ ୱାଡେନ୍ ଲଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ସନ୍ଦେହ ଜନକ ଭାବେ ଉଦ୍ଧାର ହୋଇଥିଲା। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ଲକ୍ଷ୍ମୀଙ୍କ ପରିବାର। ମା ଗୃହର ନିର୍ଦ୍ଦେଶକ ଓ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଥିଲେ ଲକ୍ଷ୍ମୀଙ୍କ ବାପା । ପ୍ରଥମେ ପୋଲିସ ଆଉ ତାପରେ କ୍ରାଇମବ୍ରାଞ୍ଚ କଲା ମାମଲାର ତଦନ୍ତ। କିନ୍ତୁ ଏ ଯାଏଁ ଗିରଫ ହୋଇନାହାନ୍ତି ଜଣେ ବି ଅଭିଯୁକ୍ତ। ଗୋଟିଏ ପଟେ କ୍ରାଇମବ୍ରାଞ୍ଚର ହାତ ଖାଲି ଅନ୍ୟପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା କରିପାରୁନାହାଁନ୍ତି ଲକ୍ଷ୍ମୀଙ୍କ ପରିବାର । କାରଣ ଏବେସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ଦେଉନାହିଁ ପୋଲିସ। ଏଥିପାଇଁ ଘଟଣାର ସିବିଆଇ ତଦନ୍ତ ପାଇଁ ହୋଇଆସୁଛି ଦାବି ।

ରାଜ୍ୟରେ କ୍ରାଇମବ୍ରାଞ୍ଚର ଟ୍ରାକ୍ ରେକର୍ଡ ବହୁତ ଖରାପ। ଇତିଶ୍ରୀ, ବେବିନା, ମମିତା ସବୁ ହାଇପ୍ରୋଫାଇଲ ମାମଲାରେ ପ୍ରଶ୍ନଘେରରେ କ୍ରାଇମବ୍ରାଞ୍ଚର ତଦନ୍ତ। ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ । ବଡ ପ୍ରଶ୍ନ, ଘଟଣା ପଛରେ ରହିଛନ୍ତି କି ପ୍ରଭାବଶାଳୀ ? କ୍ଷମତାଶାଳୀଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରୁଛି କି କ୍ରାଇମବ୍ରାଞ୍ଚ ? ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର, ଅପରାଧ ନିୟନ୍ତ୍ରଣରେ ଫେଲ୍ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ବାରମ୍ବାର ମହିଳା ସମ୍ମାନର ଉଡୁଛି ଧଜ୍ଜିୟା । କିନ୍ତୁ ଚୁପ୍ ବସିଛନ୍ତି ରାଜ୍ୟ ସରକାର ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାମ
4m ago
୨୨ ରେ ଓଡ଼ିଶା ଆସିବେ ରାମ
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ। ନିର୍ବାଚନୀ ସଭାରେ ଯୋଗ ଦେବେ ଅରୁଣ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର ଅରୁ
IMD ISSUES HEATWAVE
9m ago
ଆସନ୍ତା ପାଞ୍ଚ ଦିନ ପାଇଁ ଜାରି ହେଲା ରେଡ୍ ଆଲର୍ଟ
ଅର୍ଗସ ବ୍ୟୁରୋ : କଲବଲ ଦିଲ୍ଲୀବାସୀ । ଖରା ଗରମରେ ହନ୍ତସନ୍ତ ହୋଉଛନ୍ତି ଦିଲ୍ଲୀ ଲୋକେ । ଯାହାକୁନେଇ ଜାତୀୟ ରାଜଧାନୀରେ ପାଣିପାଗ ବିଭାଗ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛ
ବିଜେଡି
26m ago
ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି
ସମ୍ବଲପୁର: ଯୋଡି ଶଙ୍ଖ ପାଇଁ ଯୋଡି ୫୦୦ ଟଙ୍କା । ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି। MP ଏବଂ MLA ଭୋଟ୍‌ ପାଇଁ ଜଣଙ୍କ ପିଛା ଏକ ହଜାର ଟଙ୍କା ଲେଖାଏଁ ବାଣ୍ଟୁଛ