ଟିକେଟ ପାଇଁ ବିଜେଡି ଭାଗ ଭାଗ
by Argus News
Fri, Feb 23 | 1:49 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଫାଳଫାଳ ହେଲାଣି ବିଜେଡି । ଦାଣ୍ଡରେ ପଡି ହାଟରେ ଗଡିଲାଣି ଦଳୀୟ କନ୍ଦଳ । କିନ୍ତୁ ଇଲେକ୍ସନ ପୂର୍ବରୁ ଏମିତି ସ୍ଥିତି ଦେଖାଯାଇଥିବାରୁ ଚିନ୍ତାରେ ଶୀର୍ଷ ନେତୃତ୍ଵ ।  ନୂଆପଡା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ଅନ୍ତଃକଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସ୍ଥିତି ଏମିତି ହେଲାଣି ଯେ ବିଜେଡି ସୁପ୍ରିମୋଙ୍କୁ ଭରସା କରି ପାରୁନାହାନ୍ତି ଖୋଦ୍‌ ବିଜେଡି କର୍ମୀ । ବିଜେଡି କର୍ମୀଙ୍କ କଥା ଭିକେ ପାଣ୍ଡିଆନ, ବବି ଦାସ, ନବୀନ ପଟ୍ଟନାୟକ ନଶୁଣିଲେ ଖଡ଼ିଆଳରେ ବିଜେଡିର ଫାଟ ସୃଷ୍ଟି ହେବ । ତାହାର ଝଲକ ପୁଣି ଦେଖିବାକୁ ମିଳିଛି ଜିଲ୍ଲାରେ ।

ଲଗାତାର ଦୁଇ ଦିନ ଧରି ବିଜେଡି କର୍ମୀ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ଆଉ ଚର୍ଚ୍ଚା ଗୋଟିଏ । ଦଳ କାହାକୁ ଦେବ ଟିକେଟ୍ ? ଯଦି ଦଳୀୟ ନେତାଙ୍କୁ ଟିକେଟ୍ ମିଳେ କିଛି ଅସୁବିଧା ନାହିଁ । କିନ୍ତୁ ଆମଦାନୀ ନେତାଙ୍କୁ ଟିକେଟ୍ ଦେଲେ ସମର୍ଥନ କରିବୁନି ବୋଲି ରୋକଠୋକ କହିଲେଣି କର୍ମୀ ।

ଫେବୃଆରୀ 21 ରେ ସିନାପାଲି ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଯେଉଁଥିରେ ଅନ୍ୟ ଦଳର ନେତାଙ୍କୁ ବିଜେଡି ଟିକେଟ ଦେବା ନେଇ ଅଞ୍ଚଳରେ ଚର୍ଚ୍ଚାକୁ ବିଜେଡି କର୍ମୀ ମାନେ ସହଜରେ ଗ୍ରହଣ କରୁ ନଥିବାବେଳେ ଅନ୍ୟ ଦଳର ନେତାଙ୍କୁ ବିଜେଡି ଟିକେଟ ଦେଲେ ବିଜେଡି କର୍ମୀ ଇସ୍ତଫା ଦେବେ ବୋଲି ସଫା ସଫା ଶୁଣାଇଲେ ।

 

ଫେବୃଆରୀ ୨୧ ପରେ ପୁଣି ଫେବୁଆରୀ 22ରେ ହେଲା ଆଉ ଏକ ସମ୍ମିଳନୀ । ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଭାଗ ଭାଗ ହୋଇ ଯିବ ବୋଲି କର୍ମୀ ମହଲରେ ଜୋର୍ ସୋର୍ ଚର୍ଚ୍ଚା ହେଲା । ବିଜେଡି ଟିକେଟ ଚର୍ଚ୍ଚା ନେଇ ଏବେ ବିଜେଡି କର୍ମୀ ଅସନ୍ତୋଷ ଦେଖିବାକୁ ମିଳୁଛି । ଅଞ୍ଚଳରେ ବିଜେଡିର ନେତୃତ୍ତ୍ୱ ନେଉଥିବା ଲମ୍ବୋଦର ନିଆଲଙ୍କୁ ବିଜେଡି ଟିକେଟ ନଦେଲେ ସାମୁହିକ ଇସ୍ତଫା ଦେବା ନେଇ ଖଡ଼ିଆଳ ଠାରେ ଦ୍ୱିତୀୟ ଥର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି କର୍ମୀ । 

ରାଜ୍ୟରେ ଲାଗୁ ହେବ
22m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର