ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀଙ୍କ ଡିଭୋର୍ସ ଆବେଦନ
by Argus News
Wed, Sep 18 | 7:57 p.m.

ଅର୍ଗସ ବ୍ୟୁରୋ : କଥାରେ ଅଛି ସଂସାର ଭିତର ଘର କରିଥିଲେ ପଥର ପଡ଼ିଲେ ସହି । ଅର୍ଥାତ୍‌ ସଂସାର କରିଥିଲେ କଳିଝଗଡ଼ା ଭିତରେ ହିଁ ଆଗେଇବାକୁ ପଡେ । ହେଲେ ସେହି କଳହ ଯେ ଗାଧୁଆକୁ ନେଇ ହେଉଥିବ ତାହା କେବେ ବିଶ୍ଵାସ ଯୋଗ୍ୟ ହେଉନଥିବ । ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ସ୍ଵାମୀ ଗାଧୁଆପାଧୁଆ କରୁନାହାନ୍ତି, ତେଣୁ ସଂସାର ଗଢିବା ତାଙ୍କ ସହ ସମ୍ଭବ ନୁହେଁ । ତେଣୁ ମତେ ଛାଡ଼ପତ୍ର ଦରକାର । ସ୍ବାମୀ ନଗାଧୋଇବାରୁ ଫ୍ୟାମିଲି କୋର୍ଟରେ ଡିଭୋର୍ସ ଆବେଦନ କଲେ ସ୍ତ୍ରୀ। ଉତ୍ତରପ୍ରଦେଶର ଆଗ୍ରାରେ ଏପରି ଡିଭୋର୍ସ ଫାଇଲ କରିଛନ୍ତି ସ୍ତ୍ରୀ । ବିବାହର ମାତ୍ର ୪୦ ଦିନ ପରେ ହିଁ ସେ ଡିଭୋର୍ସ କରିବାକୁ ଚାହିଁଛନ୍ତି । 

ପତ୍ନୀଙ୍କ ଅନୁସାରେ, ତାଙ୍କ ସ୍ବାମୀ ଆଦୌ ଗାଧାନ୍ତି ନାହିଁ । ଯେଉଁଥିପାଇଁ ଦୁର୍ଗନ୍ଧ ଯୋଗୁଁ ସେ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିବା କହିଛନ୍ତି ।ତେବେ ଏହାକୁ ନେଇ ସ୍ବାମୀ କହିଛନ୍ତି, ସେ ମାସରେ ଥରେ କି ଦୁଇଥର ଗାଧାନ୍ତି । ବାକି ଦିନ ଗଙ୍ଗାପାଣି ଚିଞ୍ଚି ହୋଇ ନିଜକୁ ପବିତ୍ର କରନ୍ତି । 

ତେବେ କେବଳ ଏହି ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକ ଛୋଟ କଥାକୁ ନେଇ ଝଗଡା ହୋଇଥିଲା । ଯାହାକୁ ନେଇ ପତ୍ନୀ ନିଜ ବାପଘରକୁ ଚାଲି ଆସିଥିଲେ । ଏବଂ ପରେ ବାପଘର ପୁଅ ଘର ଉପରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ତେବେ ଏପରି ଅନେକ ମାମଲା ନେଇ ଛାଡପତ୍ର ଦାବିରେ ଫ୍ୟାମିଲି କୋର୍ଟର ଦ୍ବାରସ୍ଥ ହୋଇଥିଲେ ସ୍ତ୍ରୀ । 
ତେବେ ଅନେକ ଆଲୋଚନା ଏବଂ ବୁଝାମଣା ପରେ, ସ୍ବାମୀ ଆଗାମୀ ଦିନରେ ପରିଷ୍କାର, ପରିଚ୍ଛନ୍ନ ରହିବେ ବୋଲି ମାନିଥିଲେ । ହେଲେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ପାଖରେ ରହିବାକୁ ରାଜି ହୋଇନଥିଲେ । 

ଅଧିକ ପଢନ୍ତୁ : ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ସ୍ୱାମୀ

ସେଥିପାଇଁ ଆଗାମୀ ସେପ୍ଟେମ୍ବର ୨୨ ତାରିଖରେ ଉଭୟଙ୍କ ମାମଲା ଆଉଥିରେ ବିଚାର କରାଯିବା ନେଇ ଫ୍ୟାମିଲି କୋର୍ଟ ପକ୍ଷରୁ କୁହାଯାଇଛି । ତେବେ ବିବାହର ଏତେ କମ ଦିନରେ ଏପରି ଘଟଣାକୁ ନେଇ ଛାଡପତ୍ର ଦାବି ହୋଇଥିବାରୁ ଘଟଣା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ୱାକି ଟକି ବ୍ଲାଷ୍ଟ
9m ago
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି
ରୋଜଗାର
13m ago
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆ
ଗଣଦୁଷ୍କର୍ମ
28m ago
୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ