Pink Ball ଟେଷ୍ଟ ଖେଳିବେନି No.1 କ୍ରିକେଟର
by Argus News
Wed, Dec 04 | 9:27 p.m.

ଅର୍ଗସ ବ୍ୟୁରୋ: ‘ପର୍ଥ’ ବିଜୟ ପରେ ଆଡିଲେଡ ଟେଷ୍ଟ ଉପରେ ଟିମ ଇଣ୍ଡିଆର ନଜର । ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ରୋହିତ ଏବଂ ଶୁଭମନ ଗିଲଙ୍କ ଏଣ୍ଟ୍ରି ଭାରତର ବ୍ୟାଟିଂ ଅର୍ଡରକୁ ଆହୁରି ମଜବୁତ କରିଛି । ତେଣୁ ପିଙ୍କ ବଲ ଟେଷ୍ଟରେ ବିଜୟ ସହ ସିରିଜରେ ଆଗୁଆ ରହିବାକୁ ଚେଷ୍ଟା କରିବ ରୋହିତ ସେନା । କିନ୍ତୁ ଆଡିଲେଡର ଏହି ଟେଷ୍ଟ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ପିଙ୍କ ବଲ୍ କ୍ରିକେଟର । ଦ୍ୱିତୀୟ ଟେଷ୍ଟରୁ ତାଙ୍କୁ ବାଦ୍ ଦେବା ପାଇଁ ଦଳ ଚିନ୍ତା କରୁଥିବା ଜାଣିବାକୁ ମିଳିଛି । ଟେଷ୍ଟରେ ଦଳ ନିଜର ନମ୍ବର ୧ ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନଙ୍କ ବିନା ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି ।

ଆଡିଲେଡରେ ଅଶ୍ୱୀନଙ୍କ ରେକର୍ଡ ଖୁବ ଜବରଦସ୍ତ ରହିଛି । ଏହାପରେ ମଧ୍ୟ ପିଙ୍କ ବଲ ଟେଷ୍ଟରେ ଅଶ୍ୱୀନଙ୍କୁ ଦଳରୁ ବାଦ୍ ଦେବାକୁ ଚିନ୍ତା କରୁଛି ଟିମ ଇଣ୍ଡିଆ । ଅଶ୍ୱୀନଙ୍କ ସ୍ଥାନରେ ରୋହିତ ଏହି ମ୍ୟାଚରେ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ଦେଇପାରେ ବୋଲି ସୂଚନା ମିଳିଛି । ପର୍ଥ ଟେଷ୍ଟରେ ମଧ୍ୟ ଅଶ୍ୱୀନ-ଜାଡେଜାଙ୍କୁ ଦଳରୁ ବାଦ୍ ଦେଇ ୱାଶିଂଟନଙ୍କୁ ଦଳରେ ସାମିଲ କରିଥିଲା ଭାରତ । ତେଣୁ ପିଙ୍କ ବଲ ଟେଷ୍ଟରେ ସୁନ୍ଦରଙ୍କ ଖେଳିବାର ସମ୍ଭାବନା ୯୦% ରହିଛି ବୋଲି କୁହାଯାଉଛି । ପର୍ଥ ଟେଷ୍ଟ ଅଶ୍ୱୀନ-ଜାଡେଜାଙ୍କ ଅପେକ୍ଷା ତାଙ୍କୁ ଦଳରେ ପ୍ରାଥମିକତା ମିଳିଥିଲେ ମଧ୍ୟ ସେ ଏହାର ଭରପୁର ଫାଇଦା ଉଠାଇ ପାରିନଥିଲେ । ଏହାପରେ ମଧ୍ୟ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ସାମିଲ କରାଯାଇପାରେ ।

ତେବେ ପିଙ୍କ ବଲ କ୍ରିକେଟରେ ଟିମ ଇଣ୍ଡିଆର ନମ୍ବର ୧ କ୍ରିକେଟର ହେଉଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ। ପିଙ୍କ ବଲରେ ଅଶ୍ୱୀନ ୧୮ଟି ୱିକେଟ ହାସଲ କରିଥିବା ବେଳେ ଆଡିଲେଡରେ ତାଙ୍କର ରେକର୍ଡ ଖୁବ ସୁନ୍ଦର ରହିଛି । ଗତ ଥର ଅଶ୍ୱୀନ ଏହି ଗ୍ରାଉଣ୍ଡରେ ୫ଟି ୱିକେଟ ହାସଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ଆଡିଲେଡରେ ଅଶ୍ୱୀନ ମୋଟ ୧୬ଟି ସଫଳତା ନିଜ ନାମରେ କରିଛନ୍ତି । ଏହାପରେ ମଧ୍ୟ ରୋହିତ ଏବଂ ଟିମ ମ୍ୟାନେଜମେଣ୍ଟ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇବା ପାଇଁ ନିଷ୍ପତ୍ତି ନେଇପାରେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ଗୋଲଡେନ୍
ଗୋଲଡେନ୍ ଟେମ୍ପଲରେ ଖଲିସ୍ତାନୀଙ୍କ ଗୁଳିମାଡ଼!
ଅର୍ଗସ ବ୍ୟୁରୋ: ସକାଳୁ ସକାଳୁ ସ୍ବର୍ଣ୍ଣ ମନ୍ଦିର ପରିସରରେ ଚାଲିଲା ବନ୍ଧୁକ, ଫୁଟିଲା ଗୁଳି। ଖଲିସ୍ତାନୀ ଆତଙ୍କୀଙ୍କ ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ର
PINK BALL
Pink Ball ଟେଷ୍ଟ ଖେଳିବେନି No.1 କ୍ରିକେଟର
ଅର୍ଗସ ବ୍ୟୁରୋ: ‘ପର୍ଥ’ ବିଜୟ ପରେ ଆଡିଲେଡ ଟେଷ୍ଟ ଉପରେ ଟିମ ଇଣ୍ଡିଆର ନଜର । ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ରୋହିତ ଏବଂ ଶୁଭମନ ଗିଲଙ୍କ ଏଣ୍ଟ୍ରି ଭାରତର ବ୍ୟାଟିଂ ଅର୍ଡରକ
ASSAM
ଆସାମରେ ଗୋମାଂସ ବ୍ୟାନ୍
ଅର୍ଗସ ବ୍ୟୁରୋ: ଆସାମରେ ଗୋମାଂସ ବ୍ୟାନ୍ । ହୋଟେଲ, ରେଣ୍ଟୋରାଣ୍ଟ ଏବଂ ସାର୍ବଜନିକ ସ୍ଥାନରେ ଗୋମାଂସ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ୟାବିନେ
CM
2 ସପ୍ତାହବ୍ୟାପୀ ଲାଗି ରହିଥିବା CM ସସପେନ୍ସର ଅନ୍ତ
ଅର୍ଗସ ବ୍ୟୁରୋ: ହଟିଲା ସସପେନ୍ସ । ତ୍ରିଶକ୍ତି ଗଢ଼ିବେ ମହାରାଷ୍ଟ୍ର ସରକାର । ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ମହାୟୁତି ନେତ
PRESIDENT
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ବର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦନ
ଅର୍ଗସ ବ୍ୟୁରୋ: ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁନିଆକୁ ଦେଇଛନ୍ତି ଆୟୁର୍ବେଦକ