ଦୀର୍ଘ ୭୫ ବର୍ଷ ପରେ ଜମ୍ମୁ କାଶ୍ମୀରରେ ଶାରଦା ମନ୍ଦିରରେ ଦୀପାବଳି ପୂଜା 
by Argus News
Mon, Nov 13 | 7:53 a.m.

ନୂଆଦିଲ୍ଲୀ:  ଦୀର୍ଘ ୭୫ ବର୍ଷ ପରେ ଜମ୍ମୁ କାଶ୍ମୀର କୁପୱାଡାର ଶାରଦା ମନ୍ଦିରରେ ହେଲା ଦୀପାବଳି ପୂଜା । ଏହି ମନ୍ଦିର ପାକିସ୍ତାନ ଦଖଲ କରିଥିବା କାଶ୍ମୀରରେ ଅବସ୍ଥିତ । ଏଠାରେ ତୀର୍ଥଯାତ୍ରାକୁ ପୁନଃ ଆରମ୍ଭ କରିବା ପାଇଁ ଗତ ବର୍ଷ ପୂଜା କରାଯାଇଥିଲା ।

ଅଧିକ ପଢନ୍ତୁ: ମାତା ବୈଷ୍ଣୋ ଦେବୀଙ୍କ ପୂଜାର୍ଚ୍ଚନା କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତେବେ ୭୫ ବର୍ଷ ପରେ ଦୀପାବଳୀ ଅପସରରେ ଏଠାରେ ପୂଜା ହୋଇଥିବା କହିଛନ୍ତି ଶାରଦା ସମିତିର ମୁଖ୍ୟ ତଥା ପ୍ରତିଷ୍ଠାତା ରବୀନ୍ଦର ପଣ୍ଡିତା । ଶାରଦା ପୀଠ ହେଉଛି ମା' ସରସ୍ବତୀଙ୍କ କାଶ୍ମୀରୀ ନାମ । ଟିଟୱାଲ ଗାଁଠାରୁ ଏହା ୪୦ କିଲୋମିଟର ଦୂରରେ ରହିଛି । ଏହି ମନ୍ଦିରର ନବୀକରଣ କରାଯିବା ସହ ଚଳିତ ବର୍ଷ ମାର୍ଚ ୨୩ରେ ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭାଜନ ପୂର୍ବରୁ ମନ୍ଦିର ଯେଉଁଠି ରହିଥିଲା ଠିକ ସେହି ସ୍ଥାନରେ ସମାନ ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି । ନବରାତ୍ରୀ ସମୟରେ ଅମିତ ଶାହ ଏହାରେ ପୂଜା କରିବା ସହ ଏହି ମନ୍ଦିର ଉପତ୍ୟକାରେ ଶାନ୍ତି ଫେରାଇବାର ପ୍ରତୀକ ବୋଲି କହିଥିଲେ । 

ଭାରତ ଖବର ଆହୁରି ପଢନ୍ତୁ

METEOROLOGICAL
8m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା
ELECTION
13m ago
କଟକ ବାରବାଟୀରେ ଏଥରେ ମହା ଲଢେଇ
ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକ
BJP
20m ago
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ଅର୍ଗସ ବ୍ୟୁରୋ : ନିର୍ବାଚନୀ ହିଂସା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଓଡ଼ିଶା ପୋଲିସ ବିଜେଡିର ହାତ ବାରିଶି ସାଜିଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପର