କଟକ ବାରବାଟୀରେ ଏଥରେ ମହା ଲଢେଇ
by Argus News
Sat, May 18 | 5:59 p.m.

ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକା ପ୍ରକଳ୍ପ, ବକ୍ସ ଡ୍ରେନ ପ୍ରକଳ୍ପ, ଶିଶୁ ଭବନର ଉନ୍ନତିକରଣ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନର ସୌନ୍ଦର୍ଯ୍ୟକରଣ, ପୁରୁଣା ଜେଲର ସୌନ୍ଦର୍ଯ୍ୟକରଣ ଭଳି କାର୍ଯ୍ୟର ଭିତ୍ତିପ୍ରସ୍ତର କାର୍ଯ୍ୟ ବିଜେପି ଅମଳରେ ଆରମ୍ଭ ହୋଇଥିଲା ବୋଲି ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଛି । 

କଟକ ବାରବାଟୀ ଆସନରେ ୧୯୯୫ ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ବିଧାୟକ ଥିଲେ ସମୀର ଦେ । ସେ ନଗର ଉନ୍ନୟନ ମନ୍ତ୍ରୀ ଥିବା ସମୟରେ ଏହି ସବୁ ଉନ୍ନତିମୂଳକ କାର୍ଯ୍ୟର ପରିକଳ୍ପନା କରିଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ୨୦୦୯ ପରଠାରୁ ବିଜେଡି ସରକାର କିଛି ନୂତନ ପରିକଳ୍ପନା କରିନାହିଁ । ତେବେ ବିଜେପି ଶାସନକୁ ଆସିଲେ  କଟକ ସହରର ଆହୁରି ଅଧିକ ବିକାଶ ହେବ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ । 

ସେପଟେ ୨୦୦୯ ରୁ ୧୦୧୯ ପର୍ଯ୍ୟନ୍ତ ବିଜେଡି ଦଖଲରେ ଥିବା କଟକ ବାରବାଟୀ ଆସନ ୧୦୧୯ ରେ କଂଗ୍ରେସ କବଜାକୁ ଯାଇଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ କଟକ ସହରରେ ଯାହା ବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହୋଇଛି ବୋଲି କହି ନିର୍ବାଚନ ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ସୋଫିଆ ଫିର୍ଦୋସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କେବଳ ଏତିକି ନୁହେଁ କଂଗ୍ରେସ ଶାସନକୁ ଆସିଲେ କଟକ ସହରକୁ ସ୍ମାର୍ଟ ସିଟି କରିବା ପାଇଁ ଉଦ୍ୟମ କରାଯିବା ସହ ବେରୋଜଗାର ଦୂରୀକରଣ ଭଳି ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି କଂଗ୍ରେସ ନିଜର ଇସ୍ତାହାରରେ କହିଛି । ଅନ୍ୟପଟେ କଂଗ୍ରେସର ଏହି ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା । ସହରବାସୀ କାହା ସପକ୍ଷରେ ଭୋଟ ଦେବେ ତାହା ଜୁନ ୪ରେ ଜଣା ପଡ଼ିବ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ