ବିନା ବାଣରେ ଦୀପାବଳି ପାଳିବେ ଓଡ଼ିଶାବାସୀ
by Argus News
Fri, Nov 10 | 8:07 p.m.

ଅର୍ଗସ ବ୍ୟୁରୋ : ଆଲୋକର ପର୍ବ ଦୀପାବଳି ପାଖେଇ ଆସୁଛି । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ଗାଁଠୁ ସହର । ନିଜ ପରିବାରର ବଡ଼ ବଡୁଆ, ମା’ ଲକ୍ଷ୍ମୀ, ମା’ କାଳୀଙ୍କ ଉଦେଶ୍ୟରେ ଦୀପ ଲଗାଇ ଅମବାସ୍ୟାର ଅନ୍ଧାରକୁ ଆଲୋକିତ କରିବେ । ପ୍ରତ୍ୟେକ ବର୍ଷ ଦୀପାବଳିରେ ଲୋକମାନେ ଦୀପ ସହ ବାଣ ମଧ୍ୟ ଫୁଟାଇ ଥାଆନ୍ତି । କିନ୍ତୁ ଚଳିତ ବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଫୁଟିବ ନାହିଁ ବାଣ । ତେଣୁ ବାଣ ବିନା ଦୀପାବଳି ପାଳିବେ ଓଡ଼ିଶାବାସୀ ।

 

କିନ୍ତୁ ନିୟମ ମାନୁ ନାହନ୍ତି ବାଣ ବ୍ୟବସାୟୀ, ସବୁ ଜାଣି ମଧ୍ୟ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି ଜିଲ୍ଲା ଅଧିକାରୀ ମାନେ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଖୁଲମଖୁଲା ବିକ୍ରି ହେଉଛି ବାଣ । କିନ୍ତୁ ଗଜପତି ଜିଲ୍ଲାରେ ବିଶେଷ କରି ପାରଳାଖେମୁଣ୍ଡି ସହର ଏବଂ ଏହାର ଉପକଣ୍ଠରେ ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏ ବର୍ଷ ବିନା ଅନୁମତିରେ ଆତସବାଜି ଦୋକାନ ଖୋଲି ନିଜର ବ୍ୟବସାୟ ଚଳାଉଛନ୍ତି ।

ଏହା ପ୍ରଶାସନର ନଜରକୁ ଆସିବା ପରେ ଅକ୍ଟୋବର ୧୩ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗ ପକ୍ଷରୁ ଚିଠି ସମସ୍ତ ତହସିଲଦାର ଓ ଥାନା ଅଧିକାରୀଙ୍କ ପାଇଁ ଜାରି ହୋଇଥିଲା । ଯେଉଁଥରେ ବେଆଇନ ଆତସବାଜି ବିକ୍ରି ଏବଂ ପ୍ରସ୍ତୁତି ଉପରେ କଡା ନିଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

ପ୍ରତ୍ୟେକ ବର୍ଷ ଦୀପାବଳିକୁ ସାରା ଦେଶରେ ବେଶ ଧୁମଧାମରେ ପାଳନ କରାଯାଉଥିଲା, କିନ୍ତୁ ଚଳିତ ତଥା ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ଏବଂ ଶବ୍ଦ ପ୍ରଦୂଷଣରୁ ମୁକ୍ତି କରିବା ପାଇଁ ସାରା ଦେଶରେ ରୋକ ଲଗାଇଛନ୍ତି । କିନ୍ତୁ ଗଜପତି ଜିଲ୍ଲା ସମ୍ପୂର୍ଣ୍ଣ ନିୟମ ଉଲ୍ଲଙ୍ଘନ କରିଲା ପରି ଅନୁଭବ ହେଉଛି । ଅନେକ ବାଣ ଦୋକାନ ସରକାରଙ୍କ ନିୟମାବଳୀକୁ ଟିକିଏ ମଧ୍ୟ ମାନିଲା ପରି ଅନୁଭବ ହେଉନାହିଁ । ନା ଅଗ୍ନି ସୁରକ୍ଷା, ନା ଯିବା ଆସିବା ପାଇଁ ରସ୍ତା ନାହିଁ । ମୁଖ୍ୟ ରାସ୍ତାରୁ ଦୂରରେ ଜନବସତି ଠାରେ ଅଛି ଏହି ସବୁ ଦୋକାନ । ସବୁ ଜାଣି ମଧ୍ୟ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ। ଜନଗହଳି ପୂର୍ଣ୍ଣ ସ୍ଥାନରେ ଖୁଲମଖୁଲା ବିକ୍ରି ହେଉଛି ବାଣ ତଥାପି ଚୁପ୍ ଅଧିକାରୀ ମାନେ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ