ଫଗୁଣ ପଶୁପଶୁ ତାତି କଲାଣି କଲବଲ
by Argus News
Sat, Mar 16 | 1:18 p.m.

ଭୁବନେଶ୍ୱର:  ବୈଶାଖ ଆସିନି ତାତି କିନ୍ତୁ ଆକ୍ତାମାକ୍ତା କଲାଣି । ଝାଞ୍ଜି ପବନ ମାଡରେ କଲବଲ ହେଲେଣି ଜନତା । ସକାଳ ୧୧ ପରେ ଘରୁ ବାହାରିବାକୁ ମନ କୁନ୍ଥୁକନ୍ଥୁ ହେଉଛି । ଅତି ଦରକାର ନପଡିଲେ ଘରୁ ବାହାରିବାକୁ ଇଚ୍ଛା ହେଉନି । ହେଲେ ଏସନ ଏଇନୁ ଯେମିତି ଖରା ହେଲାଣି ଆଗକୁ ସ୍ଥିତି ଯେ କଣ ହେବ ସେକଥା କିଏ ବା କହିବ ? ପ୍ରତିବର୍ଷ ଖରା ଦିନ ଆସିବା ମାତ୍ରେ ଠାଏଁଠାଏଁ ଜଳଛତ୍ର ସହ ବିଶ୍ରାମଗାରର ବ୍ୟବସ୍ଥା କରନ୍ତି ସରକାର ଓ ପ୍ରଶାସନ । ହେଲେ ଏସନ କାହିଁ କିଛି ଦିଶୁନି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ । 
ଏପଟେ ଖରାକୁ ନେଇ ମେୟର କହିଛନ୍ତି ବିଭିନ୍ନ ସମାଜିକ ସଂଗଠନ ଏବଂ ବ୍ୟାଙ୍କ ଶାଖା ମାନଙ୍କ ସହାୟତା ନେବା ସହ ନିଗମ ପକ୍ଷରୁ ବିଭିନ୍ନ ଛକ ରେ ଜଳ ଛତ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।  ଖୁବ ଶୀଘ୍ର ଏନେଇ ସମସ୍ତ ଙ୍କ ଆଲୋଚନା କରାଯିବ । ଖାସ କରି  ଅଚଳ ହୋଇ ପଡ଼ିଥିବା ନଳକୂପ ଏବଂ ପିଇବାପାଣି ଟ୍ୟାପ ଗୁଡ଼ିକୁ ଠିକ କରାଯିବ ।

ସେପଟେ ଖରା ବଢ଼ୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମହାନଗର ନିଗମ ଜଳଛତ୍ର କିମ୍ବା ପିଇବା ପାଣି ବେବସ୍ଥା କରିନଥିବାରୁ ସହର ବାସୀ ଅସନ୍ତୋଷ ଜାହିର କରିଛନ୍ତି। ଅଂଶୁଘାତ କୁ ଦୃଷ୍ଟି ରେ ରଖି  ଗ୍ରୀଷ୍ମରୁତୁରେ ଅଧିକ ସାବଧାନତା ଅବଳମ୍ୱନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ `। ଟାଣ ଖରା ସମୟରେ ଦିନ ସାଢେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହରନ୍ତୁ ନାହିଁ । ଯଦି କୌଣସି ଜରୁରୀକାମ ପଡେ ତେବେ ପ୍ରଚୁର ପରିମାଣରେ ପାଣି , କିମ୍ୱା ଓ ଆର ଏସ ପିଇ ଘରୁ ବାହାରିବେ ।  ଘରରୁ ବାହାରିବା ସମୟରେ ଟୋପି, ଛତା ,ଚଷମା  ପିନ୍ଧିବେ । · ଯଦି କେଉଁଠି ମୁଣ୍ଡ ବୁଲାଇବା କି ଦେହ ହାତ ଝିମ ଝିମ ହେଲେ ସଂଙ୍ଗେ ସଂଙ୍ଗେ ଛାୟି ସ୍ଥାନ ଦେଖି ବିଶ୍ରାମ ନେଇଯିବେ । · ଭେଣ୍ଟିଲେସନ ନଥିବା ଘରେ ବୟସ୍କ ଲୋକ କିମ୍ୱା ଛୋଟ ପିଲା ରହିଲେ ମଧ୍ୟ ଅଂଶୁଘାତ ହେବାର ମଧ୍ୟ ସମ୍ଭାବନା ରହିଛି । ·  ତେଣୁ ସେ ସବୁକୁ ଅଧିକ ସାବଧନତା ଓ ସଚେତନ ରହିବା ଦରକାର ।  ମାର୍ଚ୍ଚ ମାସର ଆରମ୍ଭରୁ ଗ୍ରୀଷ୍ମର ପ୍ରବାହ ଯଦି ଏମିତି ରୁହେ ତେବେ ଆସନ୍ତା ଦିନରେ ଖରାର ତାପମାତ୍ର ଆହୁରି ବଢିବ ବୋଲି ଆକଳନ କରାଯାଉଛି ।
ଅଧିକ ଦେଖନ୍ତୁ: 

MO POLICE
13m ago
ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛନ୍ତି ହଇରାଣ
ଅର୍ଗସ ବ୍ୟୁରୋ : ମୋ ପୋଲିସର ଦାଦାଗିରି । ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛି ହଇରାଣ । ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଘରେ ଟିଟିଲାଗଡ଼ ପୋଲିସ କରୁଛି ହଇରା
ରାଜନାଥ ସିଂ
17m ago
ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର : ରାଜନାଥ ସିଂ
ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ ରାଜନାଥ। ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର। କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଭାବଶାଳ
MOOD OF VOTERS
34m ago
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚା