ବସନ୍ତ ମହୋତ୍ସବରେ ଫଗୁ ଖେଳିଲେ ଦୋଳଗୋବିନ୍ଦ
by Argus News
Mon, Mar 25 | 7:59 p.m.

ପୁରୀ: ଫଗୁ ଖେଳିଲେ ମହାପ୍ରଭୁ । ପାଟ୍ଟବସ୍ତ୍ର ଓ 32 ପ୍ରକାରର ସ୍ଵର୍ଣ ଆଭୁଷଣରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ସହ ଚତୁର୍ଦ୍ଧାମୂର୍ତ୍ତି ଦୋଳବେଦୀରେ ଭୂଦେବୀ, ଶ୍ରୀଦେବୀଙ୍କ ସହ ଖେଳିଛନ୍ତି ଫଗୁ । ଶ୍ରୀମନ୍ଦିରରେ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି। ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ଲୋକଙ୍କ ଉତ୍ସାହ ।  ଭକ୍ତ ଆଖିରେ ଖୁସିର ଲହର, ଦେହରେ ଲାଗିଛି ବସନ୍ତର ରଙ୍ଗୀନ ଛିଟା । ପବିତ୍ର ଦୋଳ ପୂର୍ଣ୍ଣିମାରେ ଦୋଳବେଦୀରେ ବିରାଜମାନ କରିଛନ୍ତି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିରରେ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି। ପାଟ୍ଟବସ୍ତ୍ର ଓ 32 ପ୍ରକାରର ସ୍ଵର୍ଣ ଆଭୁଷଣରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ସହ ଚତୁର୍ଦ୍ଧାମୂର୍ତ୍ତୀ ଦୋଳବେଦୀରେ ଭୂଦେବୀ, ଶ୍ରୀଦେବୀଙ୍କ ସହ ଖେଳିଛନ୍ତି ଫଗୁ । ଡହଡହ ଖରାରେ ସିଝି ବିମାନରେ ଝୁଲୁଥିବା ମଦନମୋହନଙ୍କ ରାଜାଧିରାଜ ବେଶ ଦର୍ଶନ କରିଛନ୍ତି ଭକ୍ତ ।

ମହାପ୍ରଭୁଙ୍କୁ ଲାଗି ହୋଇଛି ସ୍ବତନ୍ତ୍ର ଚାଚେରୀ ଭୋଗ । ଦୋଳବେଦୀ ଉପରେ 7 ଘେରା ଓ ତଳେ 7ଘେରା ପ୍ରଦକ୍ଷିଣ କରିଥିଲେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ । ବେଦ ମନ୍ତ୍ର ଓ ନାମ ସଂକୀର୍ତ୍ତନର ପବିତ୍ର ଧ୍ବନିରେ ମୁଖରିତ ହେଉଛି ସିଂହଦ୍ଵାର । ଋତୁରାଜ ବସନ୍ତର ଆଗମନରେ ଗାଁରୁ ସହର ସବୁଠି ଦେଖିବାକୁ ମିଳିଛି ଦୋଳ ଉତ୍ସବର ପଟୁଆର । ପଳାସ ଫୁଲର ଲାଲିମାରେ ସଜେଇ ହୋଇଛି ଆକାଶ । ଶ୍ରୀକ୍ଷେତ୍ର ପରି ଅନ୍ୟ ତିନି ଧାମରେ ମଧ୍ୟ ଉତ୍ସାହର ସହ ଫଗୁ ଖେଳରେ ତଲ୍ଲୀନ ହୋଇଛନ୍ତି ଭକ୍ତ । ଅଯୋଧ୍ୟା, କାଶୀ, ବୃନ୍ଦାବନ ସମେତ ଦେଶର ସମସ୍ତ ସହରରେ ରଙ୍ଗ ଖେଳରେ ବିଭୋର ହୋଇଛନ୍ତି ଲୋକ । ଫାଲଗୁନ ପୂର୍ଣ୍ଣିମାରେ ଅଯୋଧ୍ୟା, ବୃନ୍ଦାବନ, ବାରାଣସୀ, ମଥୁରା ସମେତ ଦେଶର ତୀର୍ଥକ୍ଷେତ୍ରରେ ପାଳିତ ହୋଇଛି ହୋଲିକା ଦହନ । ଭକ୍ତ ପ୍ରହ୍ଲାଦଙ୍କୁ ସ୍ମରଣ ସହ ହୋଲିକା ଅଗ୍ନିରେ ନକରାତ୍ମକ ଶକ୍ତିର ଦହନ କରିବା ପରେ ରଙ୍ଗ ଖେଳି ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଛନ୍ତି ଭାରତବାସୀ ।  

 ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଦେଶ,ବିଦେଶରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ହୋଲି ଉତ୍ସବ ଦେଶବାସୀଙ୍କ ମନରେ ନୂଆ ରଙ୍ଗ ଭରି ଦେବାକୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସଡକ ଦୁର୍ଘଟଣା
10m ago
ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଚାଲିଗଲା ୨ ଜୀବନ
ଭୁବନେଶ୍ବର : ଭୁବନେଶ୍ବର ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 2 ମୃତ । ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସି ମହିଳାଙ୍କୁ ପିଟିଲା ଟ୍ରକ । ଘଟଣାସ୍ଥଳର
ଗଣଦୁଷ୍କର୍ମ
ନାବାଳିକାଙ୍କୁ ଗଣଦୁଷ୍କର୍ମ, ୮ ଜଣଙ୍କୁ ଅଟକ ରଖିଛି ପୋଲିସ
ବ୍ରହ୍ମପୁର : ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। ଏପରି ଘଟଣା ବୈଦ୍ୟନାଥପୁର ଥାନା ଇଲାକାରେ ଘଟିଛି
ରାଜନାଥ ସିଂ
ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଅର୍ଗସ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ମଇଦାନ ମୁହାଁ କେନ୍ଦ୍ରୀୟ ନେତା । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରାହ୍ନରେ ଭବାନୀପାଟଣା