ମୋଦିଙ୍କୁ କାହିଁକି ଭେଟିବାକୁ ଚାହୁଁଛନ୍ତି ଟ୍ରମ୍ପ ?
by Argus News
Wed, Sep 18 | 7:00 p.m.

ଅର୍ଗସ ବ୍ୟୁରୋ: ପୁଟିନ୍‌ଙ୍କ ପରେ ମୋଦିଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି ଟ୍ରମ୍ପ । ଆମେରିକା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଆମେରିକା ଗସ୍ତ ବେଳେ ନିଶ୍ଚିତ ଭେଟିବି ବୋଲି କହିଛନ୍ତି ଟ୍ରମ୍ପ । ଆଉ ଟ୍ରମ୍ପଙ୍କ ଏମିତି ବୟାନକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କୁହାଯାଉଛି କି ଆମେରିକା ରାଷ୍ଟ୍ରପତି ଥିବା ବେଳେ ମୋଦିଙ୍କ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ ଟ୍ରମ୍ପ । ଏବେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ଟ୍ରମ୍ପ । ତେଣୁ କେଉଁ ବିଷୟରେ ସେ ଆଲୋଚନା କରିବେ ତାହାକୁ ନେଇ ରାଜନୀତି ଜୋର ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବେ ବିଶ୍ଵନେତା ଭେଟିବାକୁ ଚାହୁଁଛନ୍ତି । ଯେଉଁ ଦେଶ ଗସ୍ତ କରୁଛନ୍ତି ସ୍ଥାନୀୟ ନେତା ମୋଦିଙ୍କ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରୁଛନ୍ତି । ଯେହେତୁ ଆମେରିକାରେ ଏବେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ତେଣୁ ମୋଦି-ଟ୍ରମ୍ପ ସାକ୍ଷାତକାରକୁ ନେଇ ବିଶ୍ଵସ୍ତରରେ ଚର୍ଚ୍ଚା ଚାଲିଛି । ଏକ ଅଭିଯାନ କାର୍ଯ୍ୟକ୍ରମରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଘୋଷଣା କରିଥିବାବେଳେ ଭାରତ ସହ ଆମେରିକାର ବାଣିଜ୍ୟ ବିଷୟରେ ବହୁ ଆଲୋଚନା କରିଥିଲେ । ହେଲେ ଏବେ ଦୁଇ ନେତା କେଉଁଠାରେ ଭେଟିବେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ କିନ୍ତୁ ଆଲୋଚନାର ସମୟ ନିର୍ଦ୍ଧାରିତ ହୋଇସାରିଛି । 

ସୂଚନା ଅନୁସାରେ,  ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୧ରୁ ତିନି ଦିନିଆ ଆମେରିକା ଗସ୍ତରେ ଯିବେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡେଲାୱେରରେ ଚତୁର୍ଥ 'କ୍ୱାଡ ଲିଡର୍ସ ସମ୍ମିଳନୀ' ଆୟୋଜନ କରୁଛନ୍ତି । ଏହି ବୈଠକରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ ଫୁମିଓ କିଶିଦା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଟ୍‌ ଉପରେ, ମିଳିତ ଜାତିସଂଘର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ 'ଭବିଷ୍ୟତର ଏହି ସମ୍ମିଳନୀ'କୁ ମଧ୍ୟ ସମ୍ବୋଧିତ କରିବେ । ଏଥିସହ ସେପ୍ଟେମ୍ବର ୨୨ ତାରିଖରେ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଏକ ସମାବେଶକୁ ଭେଟିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ସେପଟେ ପ୍ରଥମ ପ୍ରେସିଡେଣ୍ଟସିଆଲ ଡିବେଟ୍‌ରେ ମୁହାଁମୁହିଁ ହୋଇଥିଲେ ଟ୍ରମ୍ପ ଓ ହାରିସ । ଉଭୟ ନେତା ବିଭିନ୍ନ ପ୍ରସଙ୍ଗ ଉଠାଇ ଆଲୋଚନା ବି କରିଥିଲେ, ଦୋଷ ଲଦାଲଦି ବି ହୋଇଥିଲେ । କଥା ହେଲା ଯେହେତୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ମୁଣ୍ଡ ଉପରେ ରହିଛି । ତେଣୁ ମୋଦିଙ୍କ ଆମେରିକା ଗସ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି ।
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ