ସୁଜିତ୍‌ ଛାଡିବା ପରେ ଭୁଷୁଡିବ ବିଜେଡି !
by Argus News
Sat, Sep 07 | 7:25 p.m.

ଅର୍ଗସ ବ୍ୟୁରୋ : ପ୍ରଥମେ ମମତା, ଏବେ ସୁଜିତ । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡି ଦଳର ପ୍ରାଥମିକତା ସଦସ୍ୟତା ପଦରୁ ବି ଦେଲେ ଇସ୍ତଫା । ଯାହାକୁ ନେଇ ଦଳରେ ହଲଚଲ ଦେଖାଯିବା ସହିତ ଆଗାମୀ ଦିନରେ ବିଜେଡି ଯେ ଦୁର୍ବଳ ହେବାକୁ ଯାଉଛି ତାହା ଏବେ ସ୍ପଷ୍ଟ ଦେଖାଗଲାଣି । କଥା ହେଲା, ଅପ୍ରତ୍ୟାଶିତ ଭାବେ ଗତକାଲି ସୁଜିତ କୁମାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । ଆଉ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଭାରୀ ବିଜୟ ପାଲ୍ ସିଂ ତୋମରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ମନଖୋଲା ବର୍ଷିଛନ୍ତି, କେମିତି ଦଳରେ ତାଙ୍କୁ କୋଣଠେସା କରାଯାଉଥିଲା, କେମିତି ଦୁର୍ନୀତି ହେଉଥିଲା ତାହାର ଗୋଟି ଗୋଟି କରି ଗୁମର ଖୋଲିଛନ୍ତି ।

ବିଜେଡିର ଏବେ ଟେନସନ ବଢିବାରେ ଲାଗିଛି । କାରଣ ପଂଚାୟତଠୁ ପାର୍ଲାମେଣ୍ଟ ସବୁଠି ଦଳ ଛାଡୁଛନ୍ତି ନେତା । ଖାଲି ଦଳ ଛାଡୁଛନ୍ତି ତାହା ନୁହେଁ ବରଂ ବିଜେପିରେ ସାମିଲ ହେଉଛନ୍ତି । ନିର୍ବାଚନ ପରେ ବିଜେଡି ପାଖରେ ଥିଲେ ୯ ରାଜ୍ୟସଭା ସାଂସଦ ହେଲେ ଏବେ ୨ ଜଣ ସାଂସଦ ଦଳ ଛାଡିବା ପରେ ବିଜେଡିର ଆଉ ରହିଲେ ମାତ୍ର ୭ । ସେପଟେ ଗତକାଲି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ସ୍ପଷ୍ଟ ଭାବରେ କହିଛନ୍ତି କି, ଆଗାମୀ ଦିନରେ ଆହୁରି ଅନେକ ନେତା ବିଜେଡି ଛାଡିବେ । 

ରାଜନୀତିର ପଶାପାଲିରେ ଘାଇଲା ହେଲାଣି ବିଜେଡି । କାରଣ ଦଳରୁ ମମତା ଓ ସୁଜିତ ଯିବା ପରେ ଏବେ ବିଜେଡି ପାଖରେ ୭ ସାଂସଦ ରହିଲେ। ଧୀରେ ଧୀରେ ଦିଲ୍ଲୀରେ ଦଳ ଦୁର୍ବଳ ହେଉଥିବାରୁ ଆଗାମୀ ଦିନରେ ବିଜେଡି ଗଡ ଭୁଷୁଡିବା ଏକପ୍ରକାର ନିଶ୍ଚିତ । ସେପଟେ, ବିଜେପିରେ ଯୋଗ ଦେବା ପରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ସୁଜିତ କୁମାର । କହିଛନ୍ତି, କେବଳ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଲୁଟ୍ ହୋଇଛି । ଏଥିରେ ବହୁ ବିଜେଡି ନେତା ସାମିଲ ଅଛନ୍ତି । ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା । ଏନେଇ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲି, ହେ‌ଲେ କୌଣସି ସୁଫଳ ମିଳି ନଥିଲା। ଏଣୁ ସେ ବାଧ୍ୟ ହୋଇ ବିଜେପିରେ ମିଶିଲି। ବିଜେପିରେ ସାମିଲ ହୋଇ ଖୁବ୍ ଖୁସି ଅଛି। ଏବେ ଲୋକଙ୍କ ସେବା କରିବି । ତେବେ ଆଗାମୀ ଦିନରେ ପୁଣି କେଉଁ ନେତା ବିଜେଡି ଛାଡୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ