ଓଡିଶାରେ ଏଥର ଡବଲ ଇଞ୍ଜିନ୍ ସରକାର
by Argus News
Sun, Feb 11 | 7:07 p.m.

ଅର୍ଗସ ବ୍ୟୁରୋ: ନୂଆ ଦାୟିତ୍ୱ ମିଳିବା ପରେ ଓଡିଶାରେ ପହଞ୍ଚିଛନ୍ତି ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ । ରାଜ୍ୟ କାର୍ଯ୍ୟାଳୟରେ ଆଜି ଶୀର୍ଷ ନେତୃତ୍ୱଙ୍କ ସହ ୱାନ ଠୁ ୱାନ ଆଲୋଚନା କରିବା ସହ ଆସନ୍ତା କାଲି ପଦାଧିକାରୀ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ ନିର୍ବାଚନ ରଣନୀତି ନେଇ ବୈଠକରେ ହେବ ବିସ୍ତୃତ ଆଲୋଚନା । ତେବେ ଗସ୍ତ ଅବସରରେ ଉଭୟ ନେତା କହିଛନ୍ତି ଏଥର ଓଡିଶାରେ ବିଜେପିର ସରକାର ସୁନିଶ୍ଚିତ । ୮୦ ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭା ରେ ୧୬ ରୁ ଅଧିକ ସାଂସଦ ଜତିକି ଆସିବେ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।  ସେହିପରି ସହ ପ୍ରଭାରୀ କହିଛନ୍ତି ମହିଳା ମାନେ ଆମ ସହିତ ଅଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆଣିବାରେ ମହିଳା ମାନଙ୍କର ସବୁଠୁ ବଡ଼ ଅବଦାନ ରହିବ ।

ବିଭିନ୍ନ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ କମୁଥିବା ଲୋକପ୍ରିୟତା ବିଜେଡି ପାଇଁ ଚିନ୍ତାର କାରଣ  ହୋଇଛି। ଇଣ୍ଡିଆ ଟୁଡେର ମୁ଼ଡ୍ ଅଫ ନେସନ ପୋଲରେ ରାଜ୍ୟରେ ନବୀନଙ୍କ ଲୋକପ୍ରିୟା ହ୍ରାସ ପାଉଥିବା ଦର୍ଶାଇଛି। 2023 ଜାନୁୟାରୀରେ ଓଡ଼ିଶାରେ 73.2 ପ୍ରତିଶତ ଲୋକ ନବୀନଙ୍କୁ ପସନ୍ଦ କରୁଥିଲେ, ବର୍ଷକ ପରେ ଏହା ଆସି ପହଞ୍ଚିଛି 52.7 ପ୍ରତିଶତରେ। ଅର୍ଥାତ 12 ମାସରେ ନବୀନଙ୍କ ଲୋକପ୍ରିୟତା 20 ପ୍ରତିଶତ ହ୍ରାସ ପାଇଛି। ସେପଟେ ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଛି, ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି ।

ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା... ବିଧାନସଭାରେ  କଂଗ୍ରେସ କୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ  ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି ।ଗତ ପଂଚାୟତ ଓ ପୌର ନିର୍ବାଚନରେ  ସରକାରୀ କଳର ଖୁଲମ ଖୁଲା ଅପବ୍ୟବହାର ସତ୍ତ୍ବେ 30 ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର