ଓଡଗାଁ ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କଲେ ଜଜ୍
by Argus News
Fri, Apr 26 | 12:49 p.m.

ଅର୍ଗସ ବ୍ୟୁରୋ : ୨୦୧୯ ମସିହା ନୟାଗଡ଼ ଜିଲ୍ଲା ଓଡଗାଁ ବିଭତ୍ସ ଭାବରେ ଡ଼ବଲ ମର୍ଡର ଘଟଣା । ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ l ଅଭିଯୁକ୍ତ ଜଣକ ହେଲେ ଓଡଗାଁ ଥାନା କୁଶଢିପି ଗାଁର ଲଣ୍ଡା ଓରଫ ନିରଞ୍ଜନ ମଲ୍ଲୀକ l ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇବା ଘଟଣା ନୟାଗଡ଼ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି l ୨୦୧୯ ମସିହା ଜାନୁଆରୀ ୧୭ ତାରିଖ ରାତିରେ ଓଡଗାଁରେ ବିଭତ୍ସ ଭାବରେ ନିରଞ୍ଜନ ୨ଜଣଙ୍କୁ ହତ୍ୟା କରିଥିଲା l ଏହି ଘଟଣାରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ l

ଅଧିକ ପଢନ୍ତୁ ଓଡିଶା ଖବର

ସେଦିନ ରାତିରେ ଓଡଗାଁ ମାର୍କେଟରେ ଡ୍ୟୁଟି କରୁଥିବା ରାତି ଜଗୁଆଳି ଲୋଚନ ସେଠିଙ୍କୁ କାଠ ଫାଳିଆରେ ଆକ୍ରମଣ କରି ମାରିବା ପରେ ଓଡଗାଁ ସିନେମା ହଲ ନିକଟରେ ବଦନି ପ୍ରଧାନ ନାମକ ଜଣେ ମହିଳାଙ୍କୁ ଘରେ ପଶି ତାଙ୍କୁ ହତ୍ୟା କରିଥିଲା l ଏହି ଘଟଣାରେ ୨୭ ଜଣ ସାକ୍ଷୀ ଏବଂ ପୋଲିସ ତଦନ୍ତକୁ ଆଧାର କରି ଓଡଗାଁ କୋର୍ଟ ଏହି ରାୟ ଦେଇଛନ୍ତି l ଏହି ଘଟଣା ଏହି ଅଞ୍ଚଳରେ ପ୍ରଥମ ବୋଲି କୁହାଯାଉଛି l 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ