ଉପାନ୍ତରେ ଦୁଃଖ ଦେଉଛି ଜଳ କଷ୍ଟ
by Argus News
Sat, Mar 30 | 6:27 p.m.

ମାଲକାନଗିରି: ଉପାନ୍ତରେ ଦୁଃଖ ଦେଉଛି ଜଳ କଷ୍ଟ। ବର୍ଷ ବର୍ଷ ଧରି ଏଠି ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି। ପାଣି ପାଇଁ ଏକଯୁଟ ହୋଇ ନଳକୂପ ଯାଏଁ ଯାଉଛନ୍ତି ସତ କିନ୍ତୁ, ନଳକୂପ ପାଖରେ କିଏ ପାଣି ନେବ ତାକୁ ନେଇ ଟଣାଓଟରା।  ରାଜ୍ୟ ସରକାର ପ୍ରତ୍ୟକ ଅଞ୍ଚଳରେ ବସୁଧା ଯୋଜନାରେ ଗାଁକୁ ଗାଁ, ଘରକୁ ଘର ପାଣି ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଉପାନ୍ତବାସୀ କିନ୍ତୁ ପାଣି ନପାଇ ଡହଳ ବିକଳ ହେଉଛନ୍ତି।  

ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତର କେନ୍ଦୁଗୁଡା । ଏଠାରେ ଥିବା  ଏକ ନମ୍ବର ୱାର୍ଡରେ ସତୁରୀରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ମାତ୍ର ୱାର୍ଡରେ ବସୁଧା ଯୋଜନା ଫେଲ । ନଳକୂପ ହିଁ ଏମାନଙ୍କ ସହାଭାରସା। ତାହା ମଧ୍ୟ ଅଚଳ ସାଙ୍ଗେ ସମାନ । ଘଣ୍ଟାଏ ମାରିଲେ ଗୋଟିଏ ହାଣ୍ଡି ପାଣି ବାହାରୁଛି । ସେ ପୁଣି ଗଳିଆ ପାଣି । ଏହି ପାଣି ପିଇବା ଉପଯୋଗୀ ନୁହେଁ କିନ୍ତୁ ପାନୀୟ ଜଳର କୌଣସି ବିକଳ୍ପ ନପାଇ ଲୋକେ ବାଧ୍ୟ ହୋଇ ଏହି ପାଣି ବ୍ୟବହାର କରୁଛନ୍ତି। 

କେନ୍ଦୁଗୁଡାରେ ବସୁଧା ସାଜିଛି ପ୍ରହସନ। ଗାଁ ମୁଣ୍ଡରେ ପଚାଶ ହଜାର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଛି ।  ଘରେ ଘରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। ମାତ୍ର ତାହା କେନ୍ଦୁଗୁଡାବାସୀଙ୍କ କାମରେ ଆସୁନି।

ଜଳ ହିଁ ଜୀବନ...ମାତ୍ର ରାଜ୍ୟ ସରକାରଙ୍କ ଅସଜଡା ବସୁଧା ଯୋଜନା ପାଇଁ କେନ୍ଦୁଗୁଡାରେ ଜଳ ସାଜିଛି କଳିର କାରଣ। ଦେଖିବାକୁ ବାକି ରହିଲା ପ୍ରଚାରରେ ସିମିତ ବସୁଧା ଯୋଜନାର ଲାଭ କେବେ ପାଇବେ ଉପାନ୍ତବାସୀ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ମୃତ୍ୟୁ
28m ago
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
39m ago
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
51m ago
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ