୨୦୨୪ ନିର୍ବାଚନରେ ପାନୀୟ ଜଳ ସମସ୍ୟା ବଡ଼ ପ୍ରସଙ୍ଗ
by Argus News
Tue, Apr 16 | 8:03 p.m.

ଅର୍ଗସ ବ୍ୟୁରୋ : ପାନୀୟ ଜଳ ପାଇଁ ସାରା ରାଜ୍ୟରେ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ବାଙ୍କୀରୁ କଣ୍ଟାବାଞ୍ଜି, ରାଉରକେଲାରୁ ଗଜପତି ସବୁଠି ପିଇବା ପାଣି ପାଇଁ ରାଜ୍ୟବାସୀ କେମିତି ହେଉଛନ୍ତି ଡହଳ ବିକଳ ହୋଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ତ ପାଣି ସମସ୍ୟା ସବୁଠୁ ବେଶୀ ଉତ୍କଟ । ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ବଡ଼ଖଣ୍ଡି ପଞ୍ଚାୟତବାସୀ ପିଇବା ପାଣି ପାଇଁ ହେଉଛନ୍ତି ହନ୍ତସନ୍ତ । ପ୍ରକଳ୍ପ ହୋଇଛି, ଟ୍ୟାପ୍ ଲାଗିଛି, କିନ୍ତୁ ଲୋକଙ୍କୁ ମିଳୁନି ପାଣି । ଖରାଦିନରେ ଜଳକଷ୍ଟରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ । କିନ୍ତୁ ଶୁଣିବାକୁ କେହିନାହିଁ । 

ସବୁ ଘରକୁ ମିଳିବ ଟ୍ୟାପ୍ ଯୋଗେ ପିଇବା ପାଣି ଏଥିପାଇଁ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ୧୦୨୧୭ କୋଟି ଟଙ୍କା । କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ହେଉନାହିଁ ପ୍ରକଳ୍ପ । ଲୋକଙ୍କୁ ମିଳୁନି ପିଇବା ପାଣି । ଏ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଖୋଦ୍ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ଏ ତଥ୍ୟ ବି ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତାର ପ୍ରମାଣ । ରାଜ୍ୟରେ ଏଯାଏଁ ହାତକୁ ନିଆଯାଇଥିବା ୨୦୭ଟି ମେଗା ପାଇପ୍ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର ୧୬ଟି ପ୍ରକଳ୍ପ ହିଁ କାର୍ଯ୍ୟକ୍ଷମ ହୋଇଛି । ପୁଣି ୨ ମାସ ତଳେ ବିଧାନସଭାରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ମୋଟ ୪୭ ହଜାର ୨୭୪ଟି ଗାଁରୁ ମାତ୍ର ୧୬,୬୫୯ଟି ଗାଁକୁ ଯୋଗାଯାଇଛି ପାଇପ୍ ପାଣି । ଅର୍ଥାତ୍ ଏବେ ବି ୩୦,୬୧୫ ଗାଁକୁ ହୋଇନାହିଁ ପାଣି ଟ୍ୟାପ୍ ସଂଯୋଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉଛନ୍ତି ମୋଦି ସରକାର । କିନ୍ତୁ ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା । ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ । ଏଣୁ ଏଥର ନିର୍ବାଚନରେ ପାନୀୟ ଜଳ ସମସ୍ୟା ପାଲଟିଛି ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ।

CHANDAN JATRA
14m ago
ବାହାର ଚନ୍ଦନ ଯାତ୍ରାରେ ଲୀଳା କରୁଛନ୍ତି ବିଶ୍ଵନିୟନ୍ତା
ଅର୍ଗସ ବ୍ୟୁରୋ: ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଶ୍ରୀମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ । ଅକ୍ଷୟ ତୃତୀୟା ଠାର
PRIME MINISTER
34m ago
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ। ନିଜ ଜୀବନ ପ୍ରତି ବିପଦ ଥିବା ଚିଠିରେ ଦର୍ଶାଇଛନ୍ତି ପ୍ରଦୀପ। ଗଞ୍ଜାମରେ ନିର୍ବାଚନ
ଅଫର୍
57m ago
ଗୋଟିଏ କି ଦୁଇଟି ନୁହେଁ, ୨୩୧ଟି ବିଶ୍ବବିଦ୍ୟାଳୟରୁ ଅଫର୍
ଅର୍ଗସ ବ୍ୟୁରୋ: ଛାତ୍ର ଛାତ୍ରୀମାନେ ଭଲ ପାଠ ପଢ଼ିଲେ ତାଙ୍କୁ ସ୍କଲାରସିପ୍ ମିଳେ । ଏହା ପିଲା ମାନଙ୍କୁ ଆହୁରି ଭଲ ପଢ଼ିବା ପାଇଁ ଉତ୍ସାହିତ କରେ। ଆଉ ବାପା ମା' ବି ଏଥିପାଇଁ ବହୁତ୍ ଗର୍