ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା
by Argus News
Wed, Jun 19 | 7:00 p.m.

ଅର୍ଗସ ବ୍ୟୁରୋ:  ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା। ବର୍ଷ ବର୍ଷ ଧରି ସରୁନି ପାନୀୟଜଳ ପ୍ରକଳ୍ପ । ପାଣି ପାଇଁ ହଇରାଣ ହେଉଛନ୍ତି ଦୁର୍ଗମବାସୀ। ଏ ହେଉଛି କୋରାପୁଟ ମୁରାନ ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ । କୋରାପୁଟ ଜିଲ୍ଲାର ତିନିଟି ବ୍ଲକର ଦେଢ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଜଳ ସଙ୍କଟ ଦୁରକରିବା ପାଇଁ ୨୦୧୮ ମସିହାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏଥି ପାଇଁ ମୁମ୍ବାଇର ଜେଏମସି ପ୍ରଜେକ୍ଟ ଇଣ୍ଡିଆ ଏବଂ କିଡି କମ୍ପାନୀକୁ ନିର୍ମାଣ ଦାଇତ୍ତ୍ବ ମିଳିଥିଲା। ୩୧୬କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା କାମ ୨୦୨୦ ଅଗଷ୍ଟ ରେ ସରିବା କଥା ମାତ୍ର ଆଜି ଯାଏଁ ସରିନି ନିର୍ମାଣ କାମ।

ଏ ଭିତରେ ୬ ବର୍ଷ ବିତିଲାଣି ହେଲେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିବ କଣ ୫୦ପ୍ରତିଶତ ମଧ୍ୟ ଆଗେଇନି। ଏପଟେ ଅଧା ନିର୍ମିତ ପ୍ରକଳ୍ପ ଦେଖି ଲୋକଙ୍କ ପାଣି ଆଶା ଏବେ ମୌଳିଯାଉଛି। ପାଣି ରପାମୁନ୍ଦାଏ ପାଇଁ ପୂର୍ବ ପରି ଡହଳ ବିକଳ ହେଉଛନ୍ତି ଲୋକ। ପ୍ରକଳ୍ପ ନିର୍ମାଣରେ ମନ୍ଥରତା ପାଇଁ ବିଜେଡି ସରକାର କୁ ଦାୟୀ କରିଛନ୍ତି ଅଞ୍ଚଳବାସୀ। ପାଣି ପାଇଁ ବୋରିଗୁମ୍ମା ବ୍ଲକର ୨୮ ଟି ପଞ୍ଚାୟତ, କୋଟପାଡ଼ ବ୍ଲକ ର ୧୬ଟି ଏବଂ ଜୟପୁର ବ୍ଲକର ୭ଟି ପାଞ୍ଚୟତ। ମୋଟ ୫୧ଟି ପଞ୍ଚାୟତ ର ଦେଢଲକ୍ଷ ରୁ ଉର୍ଦ୍ଧ ଲୋକ ଙ୍କ ଖରା ଦିନେ  ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପାନୀୟ ଜଳର ବିକଳ୍ପ ବ୍ୟବସ୍ତା ନଥିବାରୁ କିଏ ନଦୀରୁ ପାଣି ଅଣୁଛନ୍ତି ତ ଆଉ କିଏ ଚୁଆଁ ରୁ ପାଣି ଆଣୁଛି । ଦୂଷିତ ପାଣି ପିଇ ଅନେକ ସମୟରେ ରୋଗରେ ଆକ୍ରାନ୍ତ ହେଉଛନ୍ତି ଅଞ୍ଚଳବାସୀ।

୨୫ ବର୍ଷର ସରକାରଙ୍କ ଅପାରଗତା କାରଣରୁ ୬ବର୍ଷ ତଳୁ ଆରମ୍ଭ ହୋଇଥିବା ମୁରାନ ମେଗା ଜଳ ପ୍ରକଳ୍ପ  ନିର୍ମାଣ ଶେଷ ହୋଇପାରିଲାନି। ପ୍ରକଳ୍ପ ନାଁରେ ଅର୍ଥ ମଞ୍ଜୁର ହୋଇଛି ହେଲେ ଆଗେଇ ପାରୁନି କାମ। ଏପଟେ ପାଣି ପାଇଁ ହନ୍ତସନତ୍ ହେଉଛନ୍ତି ଅଞ୍ଚଳବାସୀ॥

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା