ରାଜ୍ୟ ସରକାରଙ୍କ ଜିଦ୍ ଯୋଗୁଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଭୋଗୁଛନ୍ତି ଯମଯନ୍ତ୍ରଣା
by Argus News
Thu, Apr 18 | 9:53 a.m.

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ଜିଦ୍ ଯୋଗୁଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଦିନକୁ ଦିନ ଜମଯନ୍ତ୍ରଣା ଭୋଗୁଛନ୍ତି । ଖରାର ପ୍ରକୋପ ଦିନକୁଦିନ ବଢୁଥିବାରୁ ଭକ୍ତମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଖାଲିପାଦରେ ଦୌଡିଦୌଡି ଭକ୍ତମାନେ ଶ୍ରୀମନ୍ଦିରକୁ ଆସିବା ଓ ଦର୍ଶନ ପରେ ପୁର୍ନବାର ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଖରାରେ ସେମାନଙ୍କ ପାଦ ଫୋଟକା ହେଇଯାଉଛି। ପ୍ରତ୍ୟକ ଦିନ ରାସ୍ତା ଥଣ୍ଡା କରିବାକୁ ଅଗ୍ନିଶମ ବିଭାଗ ତରଫରୁ ଦୈନିକ 12 ହଜାର ଲିଟର ପାଣି ସିଂହଦ୍ଵାର ସମ୍ମୁଖରେ ଓ ବ୍ୟାରିକେଟ୍ ଭିତର ପାଦଚଲା ରାସ୍ତାରେ ପକାଯାଉଛି।

ସେପଟେ ଏସି ସେଡ୍ ରୁ ସିଂହଦ୍ଵାର ଦୂରତା 200 ମିଟର ହୋଇଥିବା ବେଳେ ଦର୍ଶନ ସାରି ପୁର୍ନବାର ଜୋତା ଷ୍ଟାଣ୍ଡ ନିକଟରେ ପହଞ୍ଚିବାକୁ 500 ମିଟର ଖରାରେ ଭକ୍ତ ଚାଲିଚାଲି ଯାଉଛନ୍ତି। ସେପଟେ ଅସହ୍ୟ ଖରା ଯୋଗୁଁ ପରିକ୍ରମା ପ୍ରକଳ୍ପରେ ଭକ୍ତମାନେ ପ୍ରଦିକ୍ଷଣ କରିବାକୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେବେ ସରକାରଙ୍କ ଚାରିଦୁଆର ବନ୍ଦ ନିଷ୍ପତ୍ତି ଯୋଗୁଁ ଭକ୍ତମାନେ କଲବଲ ହେଉଥିବା ବେଳେ ସବୁରି ମହଲରୁ ଚାରିଦୁଆର ଦେଇ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବାକୁ ଦାବି ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ