ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ
by Argus News
Thu, May 09 | 7:49 p.m.

ଭୁବନେଶ୍ୱର:  ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଅଦ୍ରିଜାଙ୍କ ସିଧା ପ୍ରଶ୍ନ । ମୋ ନିର୍ଯାତନା ଜାଣି କିଭଳି ପରିବାରକୁ ଟିକେଟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି  ଅଦ୍ରିଜା ।  ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ ମନ୍ତ୍ରୀ ଥିବା ରଘୁ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ତାଙ୍କ ବୋହୂ ବର୍ଷା ସୋନୀ । ଅଭିଯୋଗ ପରେ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ରଘୁ ମହାନ୍ତି । ସେତେବେଳେ ଅଭିଯୋଗ ମାତ୍ରେ ଆକ୍ସନ ନେଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏବେ ଦଳରେ କଣ ଚାଲୁଛି ସେ ଖବର ଅଛି ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ । ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓ ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ।

ରାଜ ପରିବାରର ବୋହୂ ଅଦ୍ରିଜା । ଅର୍କେଶ ସିଂଦେଓଙ୍କ ପତ୍ନୀ । ପୂର୍ବରୁ ଅଦ୍ରିଜା ନିଜ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓ, ଶ୍ବଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ଓ ଦେଢଶୂର କଳିକେଶ ସିଂହଦେଓଙ୍କ ନାଁରେ ଯୌତୁକ ନିର୍ଯାତନା ଓ ମାରପିଟ୍‌ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ବିଜେଡିର ହେଭିୱେଟ୍ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଠାବୋଧ କରୁଥିଲା ପୋଲିସ । ଏବେ ପ୍ରଥମ ଥର ପାଇଁ ପ୍ରେସମିଟ୍ କରିଛନ୍ତି ଅଦ୍ରିଜା ।  ସେ କହିଛନ୍ତି, ମୁଁ କୌଣସି ଦଳ ପାଇଁ ଆସିନି, ମୋତେ ନ୍ୟାୟ ମିଳୁ । ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କ'ଣ ଥିବ ବୋଲି ସେ କହିଛନ୍ତି । ବାଲାଙ୍ଗିର ବୁଲି ନିଜ ନିର୍ଯାତନା କାହାଣୀ ଲୋକମାନଙ୍କୁ କହିବେ ବୋଲି କହିଛନ୍ତି ଅଦ୍ରିଜା ମଞ୍ଜରୀ । ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ କି ଆଉ ବିଜେଡି କଣ୍ଟ୍ରୋଲ । ମହିଳା ସମ୍ମାନ କଥା କହୁଥିବା ବିଜେଡିରେ ଏ କି ପ୍ରକାର ବିଚାର । ଯାହାକୁ ନେଇ ବିରୋଧୀ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଭିଡିଓରେ ଆଉ ଗୁମାସ୍ତା ହାତରେ ରିମୋର୍ଟ ବୋଲି ଯାହା କୁହାଯାଉଥିଲା, ତାହା ଏବେ ସତ ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅଂଶୁଘାତ
4m ago
ଛେଳି ଚରାଇବାକୁ ଯାଇଥିବାବେଳେ ଅଂଶୁଘାତରେ ଟଳିପଡିଲେ...
ସୁବର୍ଣ୍ଣପୁର: ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୀରମହାରାଜପୁର ଥାନା କମଲପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ କମଲପୁର ଗାଁ ର ରତ୍ନାକର ବେରିହା ଛେଳି ଚରାଇବାକ
ମତଦାନ
52m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର