ତାଇଓ୍ୱାନରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ
by Argus News
Wed, Apr 03 | 9:01 a.m.

ଅର୍ଗସ ବ୍ୟୁରୋ:  ତାଇଓ୍ୱାନରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଭୂମିକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ତାସ ପତ୍ତା ଭଳି ଘର ଗୁଡିକ ଭୁଶୁଡି ପଡିଥିଲା । ଅନେକ ଘର ବିପଜ୍ଜନକ ଭାବେ ଝୁଲି ରହିଛି । ଆଜି ଭୋରରୁ ତାଇଓ୍ବାନର ଅନେକ ସହରରେ ଭୂମିକମ୍ପର ପ୍ରଭାବ ଅନୁଭତ ହୋଇଛି ।  ଏଥିରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଭଙ୍ଗା ଘର ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଉଦ୍ୟମ ଚାଲିଛି । ଅନେକ ଘର ବିପଜ୍ଜନକ ଭାବେ ଝୁଲି ରହିଛି ।

ଏହା ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି କରିଛି ।  ଭୂମିକମ୍ପ ଯୋଗୁଁ ତାଇଓ୍ବାନ ସହ ଜାପାନ, ଇଣ୍ଡୋନେସିଅରେ ସୁନାମି ହେବାର ଆଶଙ୍କା ରହିଛି । ସମୁଦ୍ରରେ ୧୦ଫୁଟ ଉଚ୍ଚତାର ଜୁଆର ଆସିପାରେ । ଏଥିପାଇଁ ତାଇଓ୍ବାନର ଉପକୂଳ ବାସିନ୍ଦାଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ତାଇଓ୍ବାନର ହୁଏଲିନ୍ ସହର ଠାରୁ ୧୮ କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ଗତ ୨୫ ବର୍ଷ ଭିତରେ ସବୁଠାରୁ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବରୁ ୧୯୯୯ ମସିହାର ତାଇଓ୍ବାନରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ଥିଲା ୭.୬ । ସେତେବେଳେ ୨୪ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ