ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ପୋଷକ ତତ୍ତ୍ୱର ଅଭାବ ପୂରଣ ହୁଏ
by Argus News
Sat, Sep 14 | 6:05 p.m.

ଅର୍ଗସ ବ୍ୟୁରୋ: ନିଜକୁ ସୁସ୍ଥ ରଖିବା ପାଇଁ ଲୋକମାନେ ମୁଗକୁ ରାତିରେ ଭିଜାଇ ସକାଳେ ଖାଇଥାନ୍ତି । ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ପୋଷକ ତତ୍ତ୍ୱର ଅଭାବ ପୂରଣ ହୁଏ ଯଦି ଆପଣ କଂଚା ମୁଗକୁ ଭିଜାଇ ସକାଳେ ଖାଲି ପେଟରେ ଖାଆନ୍ତି ତେବେ ଏହା କେବଳ ଓଜନ ହ୍ରାସ କରିବ ନାହିଁ  ଅନେକ ରୋଗରୁ ଦୂରରେ ରଖିଥାଏ । ପ୍ରତିଦିନ ସକାଳେ ମୁଗ ଖାଇଲେ ଆପଣଙ୍କ ଶରୀରକୁ ସୁସ୍ଥ ରଖିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମୁଗ ଡାଲି ଖାଇବାର ଲାଭ କ’ଣ ।

କଂଚା ମୁଗରେ ପୁଷ୍ଟିକର ପରିମାଣରେ ଭରପୂର 

ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ B6 ମୁଗ ଡାଲରେ ପ୍ରଚୁର ପରିମାଣରେ ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ସମସ୍ତ ପୋଷକ ତତ୍ତ୍ୱ ଜରୁରୀ । ମୁଗ ଡାଲରେ ଉପସ୍ଥିତ ଥିବା ଏହି ପୋଷକ ତତ୍ତ୍ୱ ରକ୍ତଚାପ ଅନିୟମିତ ହୃଦସ୍ପନ୍ଦନ ଏବଂ ମାଂସପେଶୀ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଏହି ସମସ୍ୟାଗୁଡ଼ିକରେ କଂଚା ମୁଗ ପ୍ରଭାବଶାଳୀ

ଓଜନ ହ୍ରାସ: ଯଦି ଆପଣ ଓଜନ କମାଇବାକୁ ଚିନ୍ତା କରୁଛନ୍ତି ତେବେ କଂଚା ମୁଗ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ପ୍ରୋଟିନ୍ ଏବଂ ଫାଇବର ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ ଯାହା ବାରମ୍ଵାର ଭୋକ ଲାଗିବାରୁ ବଚାଂଇଥାଏ ।ଏହା ଏକ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଯାହା ଶୀଘ୍ର ଓଜନ ହ୍ରାସ କରିପାରିବ ।

ହଜମ ପ୍ରକ୍ରିୟାରେ ଲାଭଦାୟକ: ଭିଜାଇଥିବା ମୁଗରେ ଫାଇବରରେ ଭରପୂର ତେଣୁ ଯଦି ଆପଣଙ୍କର ଖାଦ୍ୟ ଶୀଘ୍ର ହଜମ ହୋଇନଥାଏ କିମ୍ବା ଆପଣଙ୍କ ପାଖରେ ବାରମ୍ବାର ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟର ହୋଉଥାଏ ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କଂଚା ମୁଗ ଅନ୍ତର୍ଭୂକ୍ତ କରନ୍ତୁ । ଏହା ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ।

ଆଖି ପାଇଁ ଲାଭଦାୟକ: ଭିଟାମିନ୍ ଏରେ ଭରପୂର ମୁଗ ଦୃଷ୍ଟି ଶକ୍ତିରେ ଉନ୍ନତି କରେ । ବାସ୍ତବରେ ମୁଗରେ ଜିଙ୍କ ଏବଂ ଭିଟାମିନ୍ ଏ ପୋଷକ ତତ୍ତ୍ୱ ରହିଥାଏ ଯାହା ଆଖି ପାଇଁ ଜରୁରୀ । ଜିଙ୍କ ଶରୀରରେ ଭିଟାମିନ୍ ଏ ଉତ୍ପାଦନ କରୁଥିବା ଏନଜାଇମକୁ ସକ୍ରିୟ କରିଥାଏ ଯାହା ରାତିର ଦୃଷ୍ଟି ଶକ୍ତି  ବଢାଇବ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

ଗୋଷ୍ଠୀ ସଂଘର୍ଷ
16m ago
ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତ
100 ଦିନ
45m ago
100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା
ପୁରୀ: 5 ବର୍ଷରେ 11ଟି MSME ପାର୍କ ପ୍ରତିଷ୍ଠା କରିବେ ବିଜେପି ସରକାର । ବିଜେପି ସରକାରର 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଗତକାଲି ଉଚ୍ଚସ୍ତରୀ
ବଢିବ ବର୍ଷା
49m ago
୨୨ ତାରିଖରୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛ