ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା  
by Argus News
Mon, Sep 30 | 2:58 p.m.

ନୂଆଦିଲ୍ଲୀ: ମାଛ ତରକାରୀ  ହେଉ କି ମାଛ ଭଜା ଭାରି ପସନ୍ଦ ସମସ୍ତଙ୍କର ।  ଦୁନିଆରେ ମାଛକୁ  ସବୁଠାରୁ ହେଲଦି ଫୁଡ୍‌  କୁହାଯାଇଥାଏ।  ମାଛରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ।  ଏଥିରେ  ହାଇ କ୍ୱାଲିଟ୍‌ ପ୍ରୋଟିନ୍‌  ସହ  ଓମେଗା -3 ଫ୍ୟାଟି ଏସିଡ୍, ଭିଟାମିନ୍ D, ଭିଟାମିନ୍-B2, ଆଇରନ୍, ଜିଙ୍କ, ଆୟୋଡିନ୍, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍  ରହିଥାଏ ।  ମାଛ ଖାଇବା ଦ୍ୱାରା  ହାର୍ଟ  ସୁସ୍ଥ ରହିଥାଏ।  ସେହିପରି  ଡିପ୍ରେଶନ  ଏବଂ ଟାଇପ୍‌ ୧ ଡାଇବେଟିସ୍‌ ର ବିପଦ କମ ରହିଥାଏ।  ଆମେରିକାର ହାର୍ଟ  ଆସୋସିଏଶନ   ଅନୁସାୟୀ   ମାଛର ସେବନ  ସପ୍ତାହକୁ  କମସେକମ ଦୁଇ ଥର  କରିବା ଉଚିତ୍‌ ।   ଆଉ ଏହାକୁ ଆପଣଙ୍କ ହେଲ୍‌ଦି ଡାଏଟ୍‌ ରେ  ଶାମିଲ କରିବା ଉଚିତ୍‌ । ତେବେ ଚାଲନ୍ତୁ ଜାଣିବା  ମାଛ ଖାଇବା ଦ୍ୱାରା ଆଉ କଣ ସବୁ ଲାଭ ମିଳିଥାଏ ?
 

ମସ୍ତିଷ୍କ ପାଇଁ ଲାଭଦାୟକ

ରିସର୍ଚ୍ଚ କହୁଛି  ମାଛରେ ଓମେଗା-3  ଫ୍ୟାଟି ଏସିଡି ଥାଏ  ଯାହା ମସ୍ତିଷ୍କ ପାଇଁ ଲାଭଦାୟକ।   ଏହା ବ୍ୟତିତ  ବୟସ୍କ ଲୋକଙ୍କ ଡିମେନ୍ସିଆ  ପରି  ଭୁଲିଯିବା ରୋଗକୁ ଦୂର କରିଥାଏ।  ଏକ ଷ୍ଟଡିରୁ ଏହା ଜଣାପଡିଛି ଯେ, ପ୍ରେଗେନ୍ସି ସମୟରେ  ମାଛ ଖାଇବା ବହୁତ ଲାଭଦାୟକ।  କାରଣ ଏଥିରେ ପିଲାର ମସ୍ତିଷ୍କ ବିକଶିତ ହୋଇଥାଏ। 

 ଡିପ୍ରେସନ ଦୂର କରେ 

ମାଛ ଖାଇବା ଦ୍ୱାରା  କେବଳ   ଶରୀର ସୁସ୍ଥ ରୁହେ  ତାହା ନୁହେଁ ବରଂ ମେଣ୍ଟାଲ ହେଲ୍‌ଥ ମଧ୍ୟ ଭଲ ରହିଥାଏ।  କିଛି ଅଧ୍ୟୟନରୁ  ଜଣାପଡିଛି ଯେ,  ଯେଉଁମାନେ ପ୍ରତ୍ୟେକ ଦିନ ମାଛ ଖାଆନ୍ତି  ସେମାନଙ୍କୁ କୌଣସି ପ୍ରକାର  ମେଣ୍ଟାଲ ହେଲ୍‌ଥ ସହ ଜଡିତ ରୋଗ  ହୋଇନଥାଏ।  ଏଥିସହିତ ମାଛ ଷ୍ଟ୍ରେସ , ଚିନ୍ତା  ଏବଂ ଅବସାଦକୁ ଦୂର କରିଥାଏ। 

 ହାର୍ଟ ସହିତ ଜଡିତ ରୋଗ ପାଇଁ ଭଲ 

ହାର୍ଟ ରୋଗୀଙ୍କ ପାଇଁ  ମାଛ ଖାଇବା ଲାଭଦାୟକ।  ଏଥିରୁ ମିଳୁଥିବା ଓମେଗା-3 ଫ୍ୟାଟି ଏସିଡି  ହାର୍ଟକୁ ମଜଭୁତ କରିଥାଏ।  ଓମେଗା -3 ମଧ୍ୟ ଟ୍ରାଇଗ୍ଲେସିରାଇଡର ବିପଦକୁ ହ୍ରାସ କରିଥାଏ। 

 ଆସ୍ଥମାରୁ ରକ୍ଷା କରିଥାଏ

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ,  ମାଛରେ  ଏନ୍-3 ଅଏଲ  ମିଳିଥାଏ ଯାହା ଆସ୍ଥମା ବିପଦରୁ ରକ୍ଷା କରିଥାଏ।    ଏଥିସହିତ ଡାଇରିଆ ଏବଂ ସ୍କିନ୍‌  ଆଲର୍ଜିରୁ ରକ୍ଷା କରିଥାଏ।  

ଆଖିର ଦୃଷ୍ଟିଶକ୍ତି ପାଇଁ ଲାଭଦାୟକ

 ମାଛରେ ଥିବା  ଓମେଗା-3 ଫ୍ୟାଟି ଏସିଡ୍‌ ଆଖିର ଜ୍ୟୋତିକୁ ପ୍ରଖର କରିବାରେ ସାହାଯ୍ୟ କରିଥାଏ।  ଆଖିର ରେଟିନାକୁ  ଦୁଇ  ପ୍ରକାର ର ଓମେଗା-3 ଫ୍ୟାଟି ଏସିଡ୍‌ ର ଆବଶ୍ୟକ ପଡିଥାଏ।   ଡିଏଚଏ ଏବଂ ଇପିଏ ଏହି ଦୁଇଟି  ହିଁ ଫ୍ୟାଟି ଏସିଡ୍‌ ସାଲ୍‌ମନ, ଟୁନା ଏବଂ ଟ୍ରାଉଟ୍‌ ପରି ମାଛରେ ମିଳିଥାଏ।  
  ମାଛ ଏପରି ଏକ  ଖାଦ୍ୟ ଯାହା ସମସ୍ତିଙ୍କ ପ୍ରିୟ। ହେଲେ ମାଛରେ ଏତେସବୁ ଉପରକାର  ଆପଣ ଜାଣିବା ପରେ ଆଉ ବିଳମ୍ବ କରିବେନି ଆପଣଙ୍କ ହେଲ୍‌ଦି ଡାଏଟ୍‌ ରେ  ଆଡ୍‌ କରିବା ପାଇଁ ।
 ଅଧିକ ଦେଖନ୍ତୁ : 

ଛତୁଆ ଚିନ୍ତା
31m ago
ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି- ପ୍ରଭାତୀ ପରିଡା
ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଘାରିଛି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆର ଜାଗା । ଖରାପ ମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଛତୁଆ ବଦଳର
୫ଟି ବିଦ୍ୟାଳୟ
54m ago
୫ଟି ବିଦ୍ୟାଳୟର ପ୍ଲାଷ୍ଟର ଖସି ୫ ଛାତ୍ରୀ ଆହତ
ଖୋର୍ଦ୍ଧା: ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହା ଅନେକ କ୍ଷେତ୍ରରେ ଧର୍ମକୁ ଆଖିଠାର ସଦୃଶ ହୋଇଛି। ‌ଖୋର୍ଦ୍ଧା ଜିଲ୍ଲ
ଦେବ ଦତ୍ତସିଂ
ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ
ଅର୍ଗସ ବ୍ୟୁରୋ: ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ । ସିପି ଅଫିସରେ ପହଁଚି ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ପୋଲିସ ସେବା ଭବନରେ ନୂଆ ସିପିଙ୍କୁ ବିଧିବଦ୍