ରାଜ କୁନ୍ଦ୍ରାଙ୍କୁ ଶକ୍ତ ଝଟକା, ୧୦୦ କୋଟିର ସମ୍ପତ୍ତି ଜବତ କଲା ଇଡି
by Argus News
Thu, Apr 18 | 2:43 p.m.

ଅର୍ଗସ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ବଡ ଝଟକା। ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ବଡ ପଦକ୍ଷେପ ନେଇଛି ଇଡି ।  ଇଡିର ମୁମ୍ବାଇ ବ୍ରାଞ୍ଚ ପିଏମଏଲ୍‌ଏ ଆକ୍ଟ ଜରିଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏହାସହିତ ପୁନେରେ ଥିବା ଏକ ବଙ୍ଗଳା ବି ସାମିଲ ରହିଛି । ଏହାସହିତ ରାଜ କୁନ୍ଦ୍ରାଙ୍କ ନାମରେ ଥିବା କିଛି ସେୟାର ବି ଇଡି ଜବତ କରିଛି । ଅଭିଯୋଗ ଥିଲା କି ୨୦୧୭ରେ ମେସର୍ସ ଭେରିଏବଲ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ , ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନ୍ୟ ଏମଏଲ୍‌ଏମ୍ ଏଜେଣ୍ଟ ପ୍ରାୟ ୬୬୦୦କୋଟି ଟଙ୍କାର ବିଟକଏନ୍ ମିଛ ପ୍ରତିଶ୍ରୁତି ଆଧାରରେ ନିବେଶକଙ୍କ ଠାରୁ ହାସଲ କରିଥିଲେ । ନିବେଶକଙ୍କୁ ୧୦% ଲାଭର ଭରସା ଦିଆଯାଇଥିଲା ।

କିନ୍ତୁ ସେମାନେ ଏହାକୁ ନିଜ ହିତରେ ବିନିଯୋଗ କରିଥିଲେ । ଇଡିର ଅଭିଯୋଗ ରହିଛି କି ଏହି ଘୋଟାଲାର ମାଷ୍ଟରମାଇଣ୍ଡ ଠାରୁ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରା ୨୮୫ ବିଟ୍ କଏନ୍ ହାସଲ କରିଥିଲେ । ଏହି ମାମଲାରେ ଇଡି ରେଡ୍ କରି ପୂର୍ବରୁ ୩ ଜଣଙ୍କୁ ଗିରଫ କରିଛି । ଇଡି ମହାରାଷ୍ଟ୍ରରେ ଦାଖଲ ଅଲଗା ଅଲଗା ଏଫଆଇଆର୍ ଆଧାରରେ ପିଏମଏଲ୍‌ଏ ଆକ୍ଟ ଜରିଆରେ ଯାଞ୍ଚ ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

କର୍ଣ୍ଣାଟକରେ
2m ago
କର୍ଣ୍ଣାଟକରେ ବୁଲିବାର ମଜା ନେବା ସହ ଖାଆନ୍ତୁ ଏହି ଖାଦ୍ୟ
ଅର୍ଗସ ବ୍ୟୁରୋ: ଖରାଦିନରେ ଆପଣ ଥଣ୍ଡା ଜାଗା ବୁଲିବାକୁ ଚାହୁଁଛନ୍ତି କି। ଯେଉଁଠାରେ ଆପଣ ୪ରୁ ୫ଦିନ ଆରାମରେ ଛୁଟି କାଟିପାରିବେ। ତାହେଲେ ଏମିତି ଏକ ସ୍ଥାନ ହେଉଛି କର୍ଣ୍ଣାଟକ। ବୁଲିବା ପାଇ
40 FLAMINGOES
23m ago
ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି ଅଘଟଣ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଘଟିଲା ବଡ଼ ଅଘଟଣ । ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲିଗଲା ୪୦ଟି ରାଜହଂସଙ୍କ ଜୀବନ । ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି
MASURA DALI
25m ago
ମସୁର ପେଷ୍ଟ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ
ମସୁରରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ ଯାହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମସୁର ପେଷ୍ଟ ତିଆରି କରି ଏହାକୁ ମୁହଁରେ ଲଗାଇବା ତ୍ୱଚା ପାଇଁ ଅନେକ ଲାଭ ଦେଇଥାଏ । ମସୁର ଡାଲି ଭାରତୀ