ଏଲଭିଶ୍‌ଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି
by Argus News
Sat, May 04 | 3:03 p.m.

ଅର୍ଗସ ବ୍ୟୁରୋ:  ପୁଣି ବଢ଼ିଲା youtuber  ତଥା ବିଗ୍‌ ବସ୍‌ OTT2 ବିଜେତା ଏଲଭିଶ୍‌ ଯାଦବଙ୍କ ଅଡୁଆ। ଅଭିନେତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏବେ ଏହି ଘଟଣାର ତଦନ୍ତ ଚାଲିଛି। ନିକଟରେ ସାପ ବିଷ ମାମଲାରେ ଏଲଭିଶ ଯାଦବ ଥିଲେ। ସାପ ବିଷ କିଣିବା ଏବଂ ବିକ୍ରୟ ମାମଲାରେ ଇଡି ଏଲଭିଶ ଯାଦବଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ ଅଧିନରେ ଏକ ମାମଲା ରୁଜୁ କରିଛି।

ବର୍ତ୍ତମାନ ଲକ୍ଷ୍ନୌର ଜୋନାଲ କାର୍ଯ୍ୟୋଳୟରେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ୟୁଟ୍ୟୁବର୍‌ ମାଲିକାନାରେ ଥିବା ଦାମୀ କାର ଗୁଡିକର ଇଡି ଅନୁସନ୍ଧାନ କରୁଛି। କୁହାଯାଉଛି କି ଖୁବ୍‌ ଶୀଘ୍ର ଏହି ସମସ୍ତ ମାମଲାରେ ଏଲଭିଶଙ୍କୁ ଡକାଯିବ। ମାର୍ଚ୍ଚ ୧୭ରେ, ୟୁଟ୍ୟୁବର ନୋଏଡା ପୋଲିସ ସାପ ବିଷ ମାମଲାରେ ଗିରଫ ହୋଇଥିଲେ। ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଳା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

BJP
now
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
32m ago
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
45m ago
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ