ହରିୟାଣାରେ ଇଡିର ଚଢ଼ାଉ
by Argus News
Sat, Jan 06 | 6:40 a.m.

ଅର୍ଗସ ବ୍ୟୁରୋ : ହରିୟାଣାରେ ଇଡିର ଚଢ଼ାଉ । ଜଣେ କଂଗ୍ରେସ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କ ବାସଭବନରେ ରେଡ୍ କରି ବିପୁଳ ପରିମାଣର ଟଙ୍କା, ମଦ ଏବଂ ବନ୍ଧୁକ ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଚଢ଼ାଉ ବେଳେ ଇଡିକୁ ୧୦୦ ରୁ ଅଧିକ ମଦ, ୫ କୋଟି ନଗଦ ଟଙ୍କା, ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ପ୍ରାୟ ୩୦୦ ଗୁଳି ମିଳିଥିଲା । 

ବେଆଇନ ଖଣି ଖନନ ମାମଲାରେ କଂଗ୍ରେସ ବିଧାୟକ ସୁରେନ୍ଦର ପାନୱାର ଏବଂ ପୂର୍ବତନ ଭାରତୀୟ ଜାତୀୟ ଲୋକ ଦଳ ବିଧାୟକ ଦିଲବାଗ ସିଂ ଏବଂ ସେମାନଙ୍କ ସହଯୋଗୀଙ୍କ ଘରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି । ଗୁରୁବାର ଦିନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱାରଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଥିଲା । ପନୱାରଙ୍କ ମାଇନିଂ ବ୍ୟବସାୟ ମଧ୍ୟ ରହିଛି । 

ଅଧିକ ପଢନ୍ତୁ ଭାରତ ଖବର

ପ୍ରାୟ ୧୫ରୁ ୨୦ ଅଧିକାରୀ ବିଧାୟକଙ୍କ ଘରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ଅଧିକାରୀମାନେ ବିଧାୟକଙ୍କ ପରିବାର ଏବଂ କର୍ମଚାରୀମାନଙ୍କ ମୋବାଇଲ ଜବତ କରିଥିଲେ । ଦିଲବାଗ ସିଂ ଯମୁନାନଗରର ପୂର୍ବତନ ଆଇଏନଏଲଡି ବିଧାୟକ ହୋଇଥିବାବେଳେ ପାନୱାର ସୋନିପଥରୁ କଂଗ୍ରେସ ବିଧାୟକ ଅଟନ୍ତି । ଗୁରୁବାର ଦିନ ଯମୁନାନଗର, ସୋନିପାଟ, ମୋହାଲି, ଫରିଦାବାଦ, ଚଣ୍ଡିଗଡ଼ ଏବଂ କର୍ଣ୍ଣଲର ୨୦ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।

VILLAGE
7m ago
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10
STRUGGLE
20m ago
ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ଜୀବନ ପାଇଁ ସଂଗ୍ରାମ। ଏଥିରେ ବାଜିରେ ପଡିଛି ଜୀବନ। କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା
METEOROLOGICAL
33m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା