ମା' ସମଲେଶ୍ଵରୀଙ୍କୁ ଦର୍ଶନ କଲେ, ପୂଜା ମଣ୍ତପ ବୁଲିଲେ କେନ୍ଦ୍ରମନ୍ତ୍ରୀ 
by Argus News
Sun, Oct 13 | 3:10 p.m.

ସମ୍ବଲପୁର: ସମ୍ବଲପୁରରେ ମା' ସମଲେଶ୍ଵରୀଙ୍କୁ ଦର୍ଶନ କରିବା ସହ ପୁଜା ମଣ୍ତପ ବୁଲିଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ସକାଳେ ଗ୍ରୀନ ପାର୍କ ବାସ ଭବନରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏଥିରେ ବିଭିନ୍ନ ଅନୁଷ୍ଠାନ ସହ ଶିକ୍ଷାନୁଷ୍ଠାନର ସମସ୍ୟା ନେଇ ସାଧାରଣ ଲୋକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । 
ଦଶହରାର ଏହି ଶୁଭ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ମୋର ସୌଭାଗ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମା’  ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ତାଙ୍କ ଶୁଭ ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନରେ ଖୁସି ଓ ଆନନ୍ଦ ଭରିଦେଉ, ଏହା କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ସମଲେଶ୍ଵରୀ ବିକାଶର ଫେଜ ୨ର ବିକାଶ କଳ୍ପନା ଆରମ୍ଭ ହୋଇଛି । ପ୍ରଶାସନ ସହ ଆଲୋଚନ କରି ନିର୍ଦ୍ଦେଶ ଦେବି ମା' ସମଲେଶ୍ବରୀ ପୀଠ ଅତ୍ୟାଧୁନିକ କେନ୍ଦ୍ର ହେବା ନେଇ କେନ୍ଦ୍ରମନ୍ତ୍ରୀ କହିଥିଲେ । ପରେ ପାଟେଣେଶ୍ବରୀ ମନ୍ଦିର ପହଁଚି ଦର୍ଶନ କରିଛନ୍ତି । ତେଵେ ସର୍କିଟ ହାଉସରେ ଜିଲ୍ଲାପ୍ରଶାସନ ସହ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହି ସମୀକ୍ଷା ବୈଠକ କରିଥିଲେ  । ପରେ ସହର ଦଲେଇପଡା, ହାଡପଡା, ନନ୍ଦପଡା, ଝାଡୁଆପଡା ଆଦି ହୀରାକୁଦ ଓ ବୁର୍ଲା ପହଚି ମାତା ଦୁର୍ଗାଙ୍କ ପୁଜା ମଣ୍ତପ ବୁଲି ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର