ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
by Argus News
Fri, Apr 19 | 8:41 p.m.

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା । ଖୋଲା ଆକାଶ ତଳେ ହେଉଛି ମଧ୍ୟାନ ଭୋଜନ ରୋଷେଇ। କୋଟପାଡ କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର କୁମ୍ଭୀଖାରି ସରକାରି ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କେବଳ ଗୋଟିଏ ମାତ୍ର ଶ୍ରେଣୀ ଗୃହ ରହିଛି। ଫଳରେ ଏହି ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୫ଟି କ୍ଲାସର ପାଠ ପଢା । 

ସମସ୍ୟା ଘେରରେ କୁମ୍ଭୀଖାରି ସରକାରି ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟତ ନୁହେଁ ସତେ ଯେମିତି ଭୂତ କୋଠି। ସ୍କୁଲ ପରିସରରେ ଥିବା ପୁରୁଣା ବିଲଡିଂ ପୁରା ଭାଙ୍ଗି ଯାଇଥିବା ବେଳେ ବ୍ୟବହାର ହେଉଥିବା ଶ୍ରେଣୀଗୃହର ମଧ୍ୟ ସ୍ଥାନେ ସ୍ଥାନେ ପଲସ୍ତରା ଛାଡି ଗଲାଣି। ମାତ୍ର ବିକଳ୍ପ ନଥିବାରୁ ଏଠାରେ ବସି ପଢିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ। ରୋଷେଇ ଘର କଥା ନ କହିଲେ ଭଲ, ଯାଗା ନଥିବାରୁ ଖୋଲା ମେଲାରେ ଚାଲିଛି ରୋଷେଇ l

କୁମ୍ଭୀଖାରି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବଖାଣୁଛି ରାଜ୍ୟ ଶିକ୍ଷାବ୍ୟବସ୍ଥାର ଅସଲଚିତ୍ର । କେମିତି ହେଉଛି ଶିକ୍ଷା ଭିତ୍ତିଭୂମିର ବିକାଶ। ଯେଉଁଠି ପିଲାଙ୍କ ପାଠ ପଢିବାକୁ ଶ୍ରେଣୀଗୃହ ନାହିଁ। ପାଠ ପଢାଇବାକୁ ଶିକ୍ଷକ ନାହାନ୍ତି । ମଧ୍ୟାନ ଭୋଜନ ରୋଷେଇ ପାଇଁ ସ୍ଥାନ ନାହିଁ ସେଠି ଶିକ୍ଷାର ବିକାଶ କେମିତି ହେଉଥିବା ତାହା ଅନୁମାନ କରି ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଖଲ୍ଲିକୋଟ ହିଂସା ପାଇଁ
10m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
13m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
14m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା