ଆସିଲା ଖୁସି ଖବର, ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌
by Argus News
Wed, Jan 03 | 10:06 p.m.

ଅର୍ଗସ ବ୍ୟୁରୋ : ଢ଼େଙ୍କାନାଳ ପାଇଁ ଆସିଲା ଖୁସି ଖବର । ମଗଜିକୁ ମିଳିଲା ଜିଆଇ ଟ୍ୟାଗ । ୨୦୨୦ ମସିହାରେ ଢ଼େଙ୍କାନାଳ ସୁଇଟ ଆସୋସିଏସନ୍ ପକ୍ଷରୁ ଆବେଦନ କରାଯାଇଥିଲା । ଓୟୁଏଟି ଏନେଇ ଯଥା ସହାୟତା ପ୍ରଦାନ କରିଥିଲା । ମଇଁଷି କ୍ଷୀରରେ ତିଆରି ମିଠା ହେଉଛି ମଗଜି । ଯାହାର ସାରା ଓଡ଼ିଶାରେ ଏହାର ବେଶ ଚାହିହା ରହିଛି । 

ସେହିଭଳି ଓଡ଼ିଶାର ୮ ଉତ୍ପାଦକୁ ମଧ୍ୟ ମିଳିଲା ଜିଆଇ ଟ୍ୟାଗ୍‌ । ଜିଆଇ ଟ୍ୟାଗ୍‌ ମିଳିବା ନେଇ Xରେ ସୂଚନା ଦେଲା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ । ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ ଚଟଣୀକୁ ମାନ୍ୟତା । ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌କୁ ମାନ୍ୟତା ମିଳିଛି । କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଳାଜିରା ଧାନକୁ ଜିଆଇ ଟ୍ୟାଗ୍‌ । ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁଠୁ ବଡ଼ କଥା ହେଉଛି ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ଆଜି ବଧିବଦ୍ଧ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା । 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ