ସ୍କ୍ରୋଲ କଲେ ଜାଣିବେ ଆଜିର ନିର୍ବାଚନି ଖବର
by Argus News
Mon, Apr 22 | 6:05 p.m.
  • BJDର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଏଯାବତ ୧୪୧ ଆସନରେ ପ୍ରାର୍ଥୀ ଘୋଷଣା କଲାଣି ବିଜେଡି..ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ
  • ଘୋଷଣା ହୋଇଥିବା ୬ଟି ଆସନ ମଧ୍ୟରୁ ୪ଟିରେ ବର୍ତ୍ତମାନର ବିଧାୟକଙ୍କୁ ମିଳିଲାନି ଟିକେଟ । ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ମିଳିଲାନି ଟିକେଟ, ବରୀ ବିଧାୟକ ସୁନନ୍ଦା ଦାସଙ୍କୁ ଟିକେଟ ଦେଲାନି ବିଜେଡି
  • ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ । ସଂକଳ୍ପପତ୍ର ଲୋକାର୍ପଣ କଲେ ସଭାପତି ମନମୋହନ ସାମଲ । ଆଗାମୀ ୫ ବର୍ଷରେ ଓଡ଼ିଶାର ସାମଗ୍ରିକ ବିକାଶ ହେବ କହିଲେ ରାଜ୍ୟ ସଭାପତି
  • ୨୪ ତାରିଖ ପୂର୍ବାହ୍ନ ସାଢ଼େ ୧୦ ରେ ହିଞ୍ଜିଳିରେ ଜନସଭାକୁ ସମ୍ବୋଧନ କରିବେ ନବୀନ । ସାଢ଼େ ୧୧ ରେ ଶେରଗଡ଼ରେ ଜନସଭାରେ ଦେବେ ଉଦବୋଧନ
  • ଏପ୍ରିଲ ୨୮ରେ ସାଲେପୁର ଆସିବେ ରାହୁଲ ଗାନ୍ଧି । ରାହୁଲ ଗାନ୍ଧିଙ୍କ ଗସ୍ତ ନେଇ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା, ପୁଣି ମେ ୩/୪ରେ ରାୟଗଡ଼ା ଆସିବେ ରାହୁଲ 
  • ନାମାଙ୍କନ ଭରିବା ପାଇଁ ବାହାରିଲେ ତାରାପ୍ରସାଦ ବାହିନୀପତି । ରାଲିରେ ଜନସମୁଦ୍ର ଦେଖି ଭାବବିହ୍ୱଳ ହେଲେ ତାରା । କହିଲେ , ମୁଁ ଦୁର୍ବଳ ଲୋକ ନୁହଁ , କିନ୍ତୁ ଲୋକଙ୍କ ପ୍ରେମ ଆଗରେ ଦୁର୍ବଳ ହେଇଯାଏ 
  • ସିଆଚେନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଯବାନ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
  • ଆସିପାରେ ବିଜେପି ପ୍ରାର୍ଥୀ ତାଲିକା । ନେତାଙ୍କ ମଧ୍ୟରେ ବଢିଲା ଉତ୍କଣ୍ଠା
  • ସୁପ୍ରିମକୋର୍ଟରେ ମୋକିମଙ୍କ OHRDC ମାମଲା । ଆସନ୍ତାକାଲି ମହମ୍ମଦ ମୋକିମଙ୍କ ମାମଲାର ହେବ ଶୁଣାଣି, SCଙ୍କ ରାୟ ନିର୍ଦ୍ଧାରଣ କରିବ ମୋକିମଙ୍କ ରାଜନୈତିକ ଭାଗ୍ୟ 
  • ଶୋଭାଯାତ୍ରାରେ ଯାଉଥିବାବେଳେ ପିପିଲି ହାଟ ଛକ ନିକଟରେ ଅସୁସ୍ଥ ହୋଇପଡ଼ିଲେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
     

LIQUOR SEIZED
2m ago
୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ
ଆନନ୍ଦପୁର: ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ । ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପି
ଛତିଶଗଡ଼
33m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ
ରାସ୍ତାରୋକ
51m ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ