ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି, ଭୋଟ୍ ଭୟରେ ହେଉଛନ୍ତି କି ତରବର
by Argus News
Tue, Dec 05 | 10:07 a.m.

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି। ଭୋଟ୍ ଭୟରେ ହେଉଛନ୍ତି କି ତରବର। ଆଉ ଗୋଟିଏ ନିର୍ବାଚନ ପାଖେଇ ଆସିବାରୁ ମନେ ପଡୁଛି ପଦମପୁରକୁ ଜିଲ୍ଲା କରିବା ପ୍ରତିଶ୍ରୁତି। ପଦମପୁର ଉପ ନିର୍ବାଚନ ସମୟରେ ଏହାକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ। ଅନେକ ଦିନ ବିତିଯାଇଥିଲେ ବି ଏବେ ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟ୍ ଭୟରେ ଆରମ୍ଭ ହେଲାଣି ପଦମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରକ୍ରିୟା। ତେବେ ଜିଲ୍ଲା ମୁଖ୍ୟାଳୟ କେଉଁଠାରେ ହେବ ସେନେଇ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ବେଳେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଲାଣି ପ୍ରଶ୍ନବାଚୀ। କଣ୍ଟାବାଞ୍ଝିକୁ ନୂଆ ଜିଲ୍ଲା ପାଇଁ ଦାବି ଉଠୁଛି, ସେପଟେ ମୟୂରଭଞ୍ଜରେ ରାଇରଙ୍ଗପୁର ଏବଂ କରଞ୍ଜିଆକୁ ମଧ୍ୟ ଜିଲ୍ଲା ପାଇଁ ଦାବି ଉଠିଲାଣି।

ପଦମପୁରକୁ ଜିଲ୍ଲା ମାନ୍ୟତା ଦେଲେ ଏତେ ସବୁ ନୂଆ ଜିଲ୍ଲା ପାଇଁ ଉଠୁଥିବା ଦାବି ପ୍ରତି କଣ ରହିବ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ତେବେ ମୟୂରଭଞ୍ଜରେ ହିଁ ରାଇରଙ୍ଗପୁରକୁ ଜିଲ୍ଲା ଦାବି ନେଇ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ସୃଷ୍ଟି ହେଲାଣି ଜନମତ। ମୟୂରଭଞ୍ଜକୁ ଭାଗଭାଗ ନକରାଯାଉ ବୋଲି ଦାବି କରିଛନ୍ତି କରଞ୍ଜିଆ ଓକିଲ ସଙ୍ଘର ସଭାପତି ଶ୍ରୀଯୁକ୍ତ ବାଞ୍ଛାନିଧି ପୃଷ୍ଟି। ଯଦି ରାଇରଙ୍ଗପୁରକୁ ସରକାର ନୂଆ ଜିଲ୍ଲା କରିବେ ତେବେ କରଞ୍ଜିଆକୁ ବି କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମୁମ୍ବାଇରୁ ଲଣ୍ଡନ
4m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
6m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
9m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍