ଡୁଙ୍ଗୁରୀ ଜଙ୍ଗଲରେ ଦନ୍ତା ହାତୀ ମୃତ୍ୟୁ
by Argus News
Tue, Oct 08 | 2:04 p.m.

ଅର୍ଗସ ବ୍ୟୁରୋ: ବଲାଙ୍ଗିର ସଦର ରେଞ୍ଚ ଅର୍ନ୍ତଗତ ଅସୁର ଡୁଙ୍ଗୁରୀ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦନ୍ତାହାତୀର ବୟସ  ୨୦ ରୁ ୨୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଦନ୍ତାହାତୀର ଗୋଟିଏ ଦାନ୍ତ ଥିବା ବେଳେ ଅନ୍ୟ ଦାନ୍ତଟିକୁ କାଟି ନେଇଛନ୍ତି ଦୁର୍ବୃତ୍ତମାନେ। 

ହାତୀକୁ ଗୁଳି କରି ଶିକାର କରିଥିବା ସନ୍ଦେହ କରାଯାଉଛି। ହାତୀର ମୁଣ୍ଡ ଓ ଦାନ୍ତ ନିକଟରେ ରକ୍ତ ବାହାରୁଥିବାରୁ ହାତୀକୁ ଶିକାର କରାଯାଇଥିବା ସ୍ପଷ୍ଟ କରାଯାଇଛି। ଘଟଣାସ୍ଥଳରେ ବନବିଭାଗ ତଦନ୍ତ କରୁଛି। ଡଗ୍ ସ୍କ୍ବାଡ ମଧ୍ୟ ଘଟଣାସ୍ଥଳରେ ଛାନଭିନ କରୁଛି। ପାଖରେ ଫାର୍ମହାଉସ ଥିବାରୁ ହାତୀକୁ ଶିକାର କରାଯାଉଥିବା ମଧ୍ୟ ସନ୍ଦେହ ହେଉଛି। ହାତୀ ମୃତ୍ୟୁକୁ ନେଇ ଡିଏଫଓ ସୁଦର୍ଶନ ବେହେରା ପ୍ରତିକ୍ରିୟା ରଖିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଗ୍ରାଚୁଇଟି ସୀମା
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍