ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
by Argus News
Wed, Sep 18 | 4:17 p.m.

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା  ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର  ଜଣେ ଚାଷୀଙ୍କ ବିଲରେ ଥିବା ବୋରୱେଲକୁ ତାଡି ପକାଇ ଭାଙ୍ଗି ଦେଇଥିବା ବେଳେ ପରେ ଆମ୍ବଦର୍ହ , ସେମେଲମୁଣ୍ଡା, ଦନ୍ଦ୍ରାବାହାଲ ଗାଁରେ 12ତିକିଆ ହାତୀଙ୍କ ଉପଦ୍ରବରେ ଅଧିକାଂଶ ଚାଷୀଙ୍କ ଧାନ ଓ କପା ଫସଲ  ନଷ୍ଟ କରିବା ସହ ଏକ ବିଦ୍ୟୁତ୍ ଖୁଣ୍ଟକୁ ଉପାଡ଼ି ଦେଇଥିଲେ। 

ଘଟଣାର ଖବର ପାଇ ପାଟଣାଗଡ ବନାଞ୍ଚଳ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶୀଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ଏକ ଟିମ୍ ପହଞ୍ଚି ହାତୀପଲକୁ ଘଉଡ଼ାଇ ଦେଇଥିଲେ। ଏବେ ହାତୀ ପଲ କିରିବାଞ୍ଜି ଜଙ୍ଗଲରେ ଥିଲେ ମଧ୍ୟ ବନାଞ୍ଚଳ କର୍ମଚାରୀ ମାନେ  ହାତୀ ପଲକୁ ଜଗି ରହିଛନ୍ତି । ବିଭିନ୍ନ ପ୍ରକାର ଫସଲ  ନଷ୍ଟ ହୋଇଥିବା କ୍ଷତି ପୂରଣ ଚାଷୀମାନେ କ୍ଷୟକ୍ଷତି ଦାବିକରିଛନ୍ତି। ଅନ୍ୟ ପଟେ ପାଟଣାଗଡ ରେଞ୍ଜର ଶ୍ରୀ ବିଶି କ୍ଷୟକ୍ଷତିର ସଠିକ ଆକଳନ କରି ଚାଷୀଙ୍କୁ କ୍ଷୟକ୍ଷତି ଯୋଗାଇ ଦିଆଯିବ ବୋଲି  କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଗୋଷ୍ଠୀ ସଂଘର୍ଷ
7m ago
ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୧୬୩ ଧାରା ଲାଗୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତ
100 ଦିନ
36m ago
100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା
ପୁରୀ: 5 ବର୍ଷରେ 11ଟି MSME ପାର୍କ ପ୍ରତିଷ୍ଠା କରିବେ ବିଜେପି ସରକାର । ବିଜେପି ସରକାରର 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଗତକାଲି ଉଚ୍ଚସ୍ତରୀ
ବଢିବ ବର୍ଷା
40m ago
୨୨ ତାରିଖରୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛ