ଗୋଠଛଡା ଦନ୍ତାର ଉତ୍ପାତ, ଜଣେ ଗୁରୁତର 
by Argus News
Sun, Sep 29 | 2:12 p.m.

 ସୁନ୍ଦରଗଡ : ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଂଜ ଅନ୍ତର୍ଗତ ଶାହାଜ ବାହାଲ ବନ୍ଧୁପଡାରେ ଏକ ଗୋଠଛଡା ଦନ୍ତାର ଉତ୍ପାତ। ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ଦନ୍ତା ଅ।କ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବଡଗାଁ ଫରେଷ୍ଟ ରେଂଜ ଅଂଚଳର ବିଭିନ୍ନ ଗ୍ରାମରେ ଏକ ହାତୀ ପଲ ଗତ କିଛି ଦିନ ହେବ ରହୁଥିବା ବେଳେ ଆଜି ଏହି ହାତୀ ପଲରୁ ଗୋଠ ଛଡା ହୋଇଥିବା ଏକ ଦନ୍ତା ଏକାକୀ ଉତ୍ପାତ ମଚାଇଛି।

ଦନ୍ତାଟି ସିଆରମାଲ ଅଂଚଳରୁ ଆସି ସାହାଜବାହାଲ ବାନ୍ଧୁପଡାରେ ରହୁଥିବା ଚାର୍ଲେଶବାର୍ଲାଙ୍କ ଘର ଭାଙ୍ଗି ଘର ବିତରକୁ ପଶୁଥିବା ବେଳେ ତାଙ୍କ ମା ମାଗଦାଲି ହାତୀ ହାବୁଡରେ ପଡିଯାଇଥିଲେ। ମାଗଦାଲିଙ୍କ ବୟସ ପ୍ରାୟ 70 ହୋଇଥିବା ବେଳେ ସେ କୌଣସି ମତେ ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତା ଆକ୍ରମଣରେ ବୃଦ୍ଧା ମାଗଦାଲିଙ୍କ ଦୁଇଟି ଯାକ ହାତ ଭାଙ୍ଗି ଯାଇଥିବା ବେଳେ ଗ୍ରାମବସୀ ମାନେ ପାଟି କରିବାରୁ ଦନ୍ତା ସେଠାରୁ ଅନ୍ୟତ୍ର ପଳାଇଥିଲା। ଦନ୍ତା ସାହାଜବାହାଲ ଗାଁ ର ରାସ୍ତାରେ ଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି। ତେବେ ଏହି ଦନ୍ତାକୁ ଘଉଡାଇବାକୁ ବନବିଭାଗ ଉଦ୍ୟମ କରୁଥିବା ନେଇ ବଡଗାଁ ରେଂଜର କହିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଉପମୁଖ୍ୟମନ୍ତ୍ରୀ
now
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପା
ପଶ୍ଚିମବଙ୍ଗରେ
3m ago
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
9m ago
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ