ଏଣିକି ସାବାଡ୍‌ ହେବେ ଉତ୍ପାତିଆ ହାତୀ
by Argus News
Thu, Jun 27 | 7:50 p.m.

ଅର୍ଗସ ବ୍ୟୁରୋ : ହାତୀ ଉତ୍ପାତରୁ ମିଳିବ ତ୍ରାହି । ସାବାଡ୍‌ ହେବେ ଉତ୍ପାତିଆ ହାତୀ । ଜନବସତିରେ ପଶି ଲୋକଙ୍କ ଘରଦ୍ଵାର ଭାଙ୍ଗୁଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । କାରଣ ହାତୀ ଦେହରେ ପ୍ରଥମେ ରେଡିଓକଲାର୍ ଯନ୍ତ୍ର ଖଞ୍ଜାଯାଇ ପୁରା ଗତିବିଧି ଉପରେ ନଜର ରଖାଯିବ । ସେମାନେ କେଉଁ ଆଡ଼େ ଯାଉଛନ୍ତି? କେତେ ଲୋକଙ୍କ ଘରଦ୍ଵାର ଭାଙ୍ଗୁଛନ୍ତି ? କ୍ଷୟକ୍ଷତି ପରିମାଣ କେତେ ? ଏ ସବୁର ତନାଘନା ହେବ । ଏମିତିକି ରେଡିଓକଲାର୍ ଲାଗିବା ପରେ ବି ଯଦି ହାତୀ ବୋଲ ନମାନି ଉତ୍ପାତ କରିବ ତେବେ ତାକୁ ଅଭୟାରଣ୍ୟ ଭିତରେ ଆବନ୍ଧ କରି ରଖାଯିବ । ହାତୀ ଯେମିତି ଜଙ୍ଗଲ ବାହାରକୁ ନଯାଏ ସେଥିପାଇଁ ‌ବନ ବିଭାଗ କର୍ମଚାରୀ ୨୪ ଘଣ୍ଟିଆ ନଜର ବି ରଖିବେ । ଏହାସହ ଯଦି ସୁଫଳ ନ ମିଳିଲା ତେବେ ହାତୀକୁ ଆୟତ୍ତ କରାଯାଇ ସ୍ଵତନ୍ତ୍ର ତାଲିମ ବି ଦିଆଯିବ । ବାରମ୍ବାର ହାତୀ ଘର ଭାଙ୍ଗୁଥିବା ଅଭିଯୋଗ ଆସିବା ପରେ କିଛି ଏମିତି ନିଷ୍ପତ୍ତି ନେଇଛି ବନବିଭାଗ ।

ଅନେକ ସମୟରେ ଖବର ଆସେ କି ହାତୀ ଉତ୍ପାତ ପାଇଁ ଧନଜୀବନ ନଷ୍ଟ ହେଉଛି । ଖାଲି ଘର ନଷ୍ଟ ହେଉଛି ତାହା ନୁହେଁ ବରଂ ଅନେକ ଜୀବନ ବି ଯାଉଛି । ସେଇଥି ଲାଗି ତ ସରକାର କରୁଛନ୍ତି ମାଷ୍ଟର ପ୍ଲାନ୍‌ । ମିଳିଥିବା ସୂଚନା ଅନୁସାରେ, ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ହାତୀଙ୍କ ପ୍ରୋଫାଇଲିଂ ପ୍ରସ୍ତୁତ ଆରମ୍ଭ ହେଉଛି । କେଉଁ ଅଭୟାରଣ୍ୟରେ କେତୋଟି ହାତୀ ଧନଜୀବନ ନଷ୍ଟ କରୁଛନ୍ତି ତାହାର ତାଲିକା ପ୍ରସ୍ତୁତି ଚାଲିଛି । ଖାସ୍‌ କରି କେନ୍ଦୁଝର ଜିଲ୍ଲାରେ ଦୁଇଟି ଉତ୍ପାତିଆ ହାତୀଙ୍କୁ ଚିହ୍ନଟ କରାଯାଇଛି । ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବି ଦୁଇଟି ହାତୀ ରହିଛନ୍ତି, ଯେଉଁମାନଙ୍କ ପ୍ରୋଫାଇଲିଂ ଆରମ୍ଭ ହୋଇଛି । ସେମାନେ କେଉଁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି ଏବଂ କେତେ କ୍ଷୟକ୍ଷତି କରୁଛନ୍ତି ତାହାର ତାଲିକା ପ୍ରସ୍ତୁତ ହୋଇଛି ।

ସୂଚନା ଅନୁସାରେ, ଜୁଲାଇ ମାସ ଶେଷ ସୁଦ୍ଧା ସମସ୍ତ ଅଭୟାରଣ୍ୟରେ ଉତ୍ପାତିଆ ହାତୀଙ୍କ ପ୍ରୋଫାଇଲିଂ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ହାତୀଙ୍କ ବେକରେ ରେଡିଓକଲାର ଲଗାଇବା ପ୍ରକ୍ରିୟାକୁ ଫଳପ୍ରଦ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୱାଇଡ୍‌ଲାଇଫ୍‌ ଅଫ୍‌ ଇଣ୍ଡିଆ(ଡବ୍ଲୁଆଇଆଇ) ସହାୟତାରେ ବନ ବିଭାଗ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ହେବ । ଯେଉଁଥିରେ ଡବ୍ଲୁଆଇଆଇର ବିଶେଷଜ୍ଞଙ୍କ ସହ ଦକ୍ଷିଣ ଆଫ୍ରିକାର ହାତୀ ବିଶେଷଜ୍ଞ ସାମିଲ ହେବେ । ଗୋଟିଏ ସପ୍ତାହ ଧରି ଚାଲିବାକୁ ଥିବା ତାଲିମରେ ପ୍ରାଣୀ ଚିକିତ୍ସକ, ବନଖଣ୍ତ ଅଧିକାରୀ, ସହକାରୀ ବନଖଣ୍ଡ ଅଧିକାରୀମାନେ ସାମିଲ ହେବେ । ୩୦ଜଣ ସାମିଲ ହେବାକୁ ଥିବା ବେଳେ ସେଥିମଧ୍ୟରେ ୫୦% ପ୍ରାଣୀ ଚିକିତ୍ସକ ରହିବେ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ସେମାନଙ୍କ ତାଲିମ ଶିବିର ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ତାଲିମ ନେଇଥିବା ଅଧିକାରୀଙ୍କୁ ସାତକୋଶିଆ କିମ୍ବା ଦେବ୍ରିଗଡ଼ ଅଭୟାରଣ୍ୟକୁ ନିଆଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ତେବେ ଉତ୍ପାତିଆ ହାତୀଙ୍କ ଦ୍ଵାରା ବହୁ ଧନଜୀବନ ନଷ୍ଟ ହେଉଛି । ସେମାନେ ଲୋକଙ୍କ ଘର ଭାଙ୍ଗୁଛନ୍ତି । ଫସଲ ବି ନଷ୍ଟ କରୁଛନ୍ତି । କେତେକ ସ୍ଥାନରେ ହାତୀମାନେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉନ୍ତି । ଏଭଳି ସମସ୍ୟା ଏଡ଼ାଇବା ସହ ଘଞ୍ଚ ଜଙ୍ଗଲରେ ହାତୀଙ୍କ ଗତିବିଧି ଓ ସେମାନଙ୍କ ବାସସ୍ଥଳୀ ଉପରେ ନଜର ରଖିବାକୁ ‌ଜଙ୍ଗଲରେ ଡ୍ରୋନ୍‌ ମୁତୟନ ହୋଇଛି । ତେଣୁ  ରେଡିଓକଲାର୍ ଯନ୍ତ୍ର ଖଞ୍ଜାଯାଇ ସେମାନଙ୍କ ଗତିବିଧି ଓ ଆଚରଣ ନିରୀକ୍ଷଣ କରାଯିବା ଉପରେ ଏବେ ପ୍ରାଥମିକତା ଦିଆଯାଉଛି। ତେବେ ଆଗାମୀ ଦିନରେ ଜଣାପଡ଼ିବ ରେଡିଓକଲାର୍ କେତେ କାମ ଦେଉଛି ।

 

HOROSCOPE
30m ago
ଏକାଦଶୀରେ ଏହି 4 ରାଶି ପାଇଁ ଶୁଭ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ଭ
ସୁସ୍ଥ ହେବେ ମହାପ୍ରଭୁ
37m ago
ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗ
ହାତୀ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ