ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
by Argus News
Mon, Jul 01 | 9:49 p.m.

ଭୁବନେଶ୍ୱର:  ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ, ଘର ଭାଙ୍ଗିଥିବା, ଲୋକଙ୍କ ଜୀବନ ନେଇଥିବା ହାତୀଙ୍କ ରିପୋର୍ଟ ମଗାଯାଇଛି। ଟ୍ରାଙ୍କୁଲାଇଜ୍ କରି ରେଡିଓ କଲାର ଲଗାଯିବା ପରେ ଜଙ୍ଗଲରେ ଛଡ଼ାଯିବ।  ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ହାତୀ ଆକ୍ରମଣ ଯୋଗୁଁ ଯାଉଛି ମଣିୀଷ ଜୀବନ । ଏଥିରେ ରୋକ ଲଗାଇବାକୁ ନୂଆ ପଦକ୍ଷେପ ନେଇଛି ବନ ବିଭାଗ। ଅଧିକ ଧନ ଜୀବନ ନଷ୍ଟ କରୁଥିବା 12 ଟି ର ଚରିତ୍ର ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏମାନଙ୍କୁ ସୁଧାର କେନ୍ଦ୍ର କୁ ନିଆଯାଇ ରେଡ଼ିଓ କଲାର ଲଗାଇ ଜଙ୍ଗଲରେ ଛଡାଯିବ । ତଥାପି ହାତୀର ଆଚରଣ ରେ ପରିବର୍ତ୍ତନ ନହେଲ ବନ ବିଭାଗ ର ଟ୍ରେନିଂ କ୍ୟାମ୍ପ ରେ ରଖାଯିବ ।  ରାଉରକେଲା, ବାରିପଦା, ଭୁବନେଶ୍ୱର, ଅନୁଗୁଳ ସରକଲ ରେ 3 ଟି ଲେଖାଏଁ ହାତୀ ଙ୍କୁ ପର୍ଯ୍ୟାୟ କ୍ରମେ ଟ୍ରାଙ୍ଗୁଲାଇଜ କରାଯିବା ପାଇଁ ଯୋଜନା କରାଯାଇଛି ।

ଚନ୍ଦକା ର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକା ରେ ବୁଲୁଥିବା ମାଖନା କୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି । ଏହି ୩ ହାତୀକୁ ଛାଡି ଅନ୍ୟ 9 ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି ତାହାର ରିପୋର୍ଟ ଡି ଏଫ ଓ ମାନଙ୍କୁ ମଗା ଯାଇଛି । ରିପୋର୍ଟ ଆସିବା ପରେ ଏମାନଙ୍କୁ କେବେ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲାଗଯିବ ତାହା ସ୍ପଷ୍ଟ ହେବ । ଚଳିତ ବର୍ଷ ହାତୀ ଗଣନା ବେଳେ 300 ରୁ ଅଧିକ  ଦନ୍ତା ହାତୀ କୁ ଚିନ୍ହଟ କରାଯାଇଥିଲା । ଦନ୍ତାଙ୍କ ପ୍ରାଦୁର୍ଭାବ ଅଧିକ ରହିଥିବାରୁ ଏମାନଙ୍କୁ ଆଚରଣର ଅନୁଧ୍ୟାନ  କରାଯାଇ ସ୍ବତନ୍ତ୍ର ନଜର ରଖାଯାଇଛି । ଯାହା ଫଳରେ ବନ କର୍ମଚାରୀ ଏମାନଙ୍କ ଉପରେ ନଜର ରଖି ପାରିବେ । 
 ଗତ ୪ ବର୍ଷ ଭିତରେ ହାତୀ ଆକ୍ରମଣ ଯୋଗୁଁ  ପ୍ରାୟ ୩୫୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବନ ବିଭାଗର ଏ ପଦକ୍ଷେପ ପରେ ହାତୀ ମଣିଷ ଲଢ଼େଇ କେତେ ଦୂର ହ୍ରାସ ପାଉଛି ତାହା ଉପରେ ନଜର । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ବ୍ୟବସାୟ ଷ୍ଟଲ
47m ago
ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା
ପୁରୀ: ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା। ଏନେଇ ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। କେବଳ ଜନହିତକାରୀ ଷ୍ଟଲ ଗୁଡିକ ଅସ୍ଥାୟୀ ଭାବରେ ନିର୍ମା
ଶ୍ରୀଜିଉ
11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ
ପୁରୀ: 11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ । ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ସନ୍ଦେଶ । ଅନବସର ଦ୍ବାଦଶୀରେ ଆଜି ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତ
ହଡ଼ପ
ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା
ରାୟଗଡ଼ା : ରାୟଗଡ଼ା ଶ୍ରମ ବିଭାଗ କେଳେଙ୍କାରୀରେ ସମ୍ପୃକ୍ତ ତଳୁ ଉପର ବହୁ ଅଧିକାରୀ । ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା । କେବଳ ଜଣଙ୍କୁ ନିଲମ୍ବନ କରି ଚୁପ