ଅର୍ଗସ ବ୍ୟୁରୋ: ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ପକ୍ଷରୁ ଜିସାଟ୍-୨୦ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ ଫ୍ଲୋରିଡାର କେପ୍ କାନାଭେରାଲରୁ ସ୍ପେସ୍ଏକ୍ସର ଫାଲକନ୍ ୯, ଇସ୍ରୋର ଜିସାଟ୍ ୨୦ କମ୍ୟୁନିକେସନ ସେଟେଲାଇଟରୁ ସଫଳ ଉତକ୍ଷେପଣ ହୋଇଛି ।
ପ୍ରାୟ ୪୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଭାରତୀୟ ଉପଗ୍ରହ, ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ଆହୁରି ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଛି । ଯାହା ଆଗାମୀ ୧୪ ବର୍ଷ ପାଇଁ ମହାକାଶରେ ରହି ଦେଶର କମ୍ୟୁନିକେସନ କ୍ଷେତ୍ର ଉପରେ କାମ କରିବ । ଯେଉଁଥିରେ କା-ବ୍ୟାଣ୍ଡ ହାଇ-ଥ୍ରୋପଟ୍ କମ୍ୟୁନିକେସନ ପେଲୋଡ୍ ରହିଛି । ଏହି ସାଟେଲାଇଟ୍ ଥରେ କାର୍ଯ୍ୟକ୍ଷମ ହେବା ପରେ, ଏହା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ଫ୍ଲାଇଟ୍ ଇଣ୍ଟରନେଟ୍ ସେବା ସହିତ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ ।ଏହା ଏକ ଯୋଗାଯୋଗ ଉପଗ୍ରହ, ଯାହା ଜିସାଟ୍-N୨ ନାଁରେ ପରିଚିତ ।
ଏଥିରେ ୮ଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ ଟି ଚଉଡା ସ୍ପଟ୍ ବିମ୍ ରହିଛି । ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଇସ୍ରୋର ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ, ଏନଏସଆଇଏଲ ଚଳିତ ବର୍ଷ ଜାନୁଆରୀ ୩ରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ ମିଶି କାମ କରିବା ପାଇଁ ପ୍ରଥମ ଥର ପାଇଁ ଘୋଷଣା କରିଥିଲା । ଏହାପରେ ୪୩୦ରୁ ଅଧିକ ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଥିଲା ଭାରତ । କିନ୍ତୁ ଜିସାଟ୍-୨୦ ଉପଗ୍ରହ ଉତକ୍ଷେପଣ ପାଇଁ ଇସ୍ରୋକୁ ସ୍ପେସ୍ ଏକ୍ସ ସହିତ ପାର୍ଟନରସିପ୍ କରିବାକୁ ପଡିଥିଲା ।