ଧାମନଗର ଥାନା ଘେରାଉ, ରାସ୍ତା ରୋକ୍
by Argus News
Fri, Sep 27 | 9:07 p.m.

ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ ବଢିବାରେ ଲାଗିଛି । ଧାମନଗର ଥାନା ଘେରାଉ କରିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ । ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ  ଧାମନଗର ଥାନା ଲିଖିତ ଅଭିଯୋଗ ପରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଯୁବକ ମାନଙ୍କ ଦ୍ଵାର ବିଜୁପଟ୍ଟନାୟକ ଛକ ଠାରେ ଟାୟାର ଜାଳି ବିକ୍ଷୋଭ ସହ ରାସ୍ତା ରୋକ୍ କରିଥିବା ଦେଖିବାକୁ ମିଳିଛି ।

ପୁରୁଣା ବଜାର ଥାନା ଅଞ୍ଚଳରେ  ଜିଲ୍ଲା ପ୍ରଶାସନ ପକ୍ଷରୁ 163 ଧାରା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ହୋଇଛି । ପୋଲିସର ଫ୍ଲାଗ ମାର୍ଚ୍ଚ କରାଯାଉଛି । ଘଟଣାସ୍ଥଳରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିସ୍ଥିତିକୁ ଶାନ୍ତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । 

ସୂଚନାନୁଯାୟୀ, ଭଦ୍ରକ ସନ୍ଥିଆରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ 2 ପୋଲିସ୍‌ ଆହତ ହୋଇଛନ୍ତି । ଏକ ବିବାଦୀୟ ପୋଷ୍ଟକୁ ନେଇ ଅଞ୍ଚଳରେ ବିବାଦ ଉପୁଜିଛି । ମେଳି ଖବର ପାଇ ପୋଲିସ ଯାଉଥିବା ବେଳେ ହୋଇଛି ଆକ୍ରମଣ । ରାସ୍ତାରେ ଟାୟାର ଜାଳି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀ । ତହସିଲଦାରଙ୍କ ଗାଡି କାଚକୁ ବାଡେଇ ଭଙ୍ଗାରୁଜା କରିଥିବା ସୂଚନା । ପୋଲିସ ଉପରକୁ ମଧ୍ୟ ଟେକା ପଥର ଫିଙ୍ଗିଛନ୍ତି ସଂପୃକ୍ତ ଗୋଷ୍ଠୀ । ସ୍ଥିତି ନିୟନ୍ତ୍ରଣ ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । 

ଭଦ୍ରକରେ 163 ଧାରା, ପୋଲିସର ଫ୍ଲାଗ ମାର୍ଚ୍ଚ
 

TOURISM DAY
ବିକାଶ ଅପେକ୍ଷାରେ ବାଲେଶ୍ୱର
ବାଲେଶ୍ୱର: କଳା, ସଂସ୍କୃତିର ସହର ବାଲେଶ୍ଵର । ଯେଉଁଠି ରହିଛି ଭରପୁର ପର୍ଯ୍ୟଟନସ୍ଥଳୀ । ବିସ୍ତୀର୍ଣ୍ଣ ବେଳାଭୂମି ସହ ଅନେକ ପ୍ରସିଦ୍ଧ ଶୈବ ପୀଠ ...ପୁଣି ଘଞ୍ଚ ଜଙ୍ଗଲ ଭରା ପାହାଡ
ରାସ୍ତା ରୋକ୍
ଧାମନଗର ଥାନା ଘେରାଉ, ରାସ୍ତା ରୋକ୍
ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ ବଢିବାରେ ଲାଗିଛି । ଧାମନଗର ଥାନା ଘେରାଉ କରିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ । ସାମାଜିକ ଗଣମାଧ୍ୟମର
WAR
ଖୁବଶୀଘ୍ର ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ
ଅର୍ଗସ ବ୍ୟୁରୋ: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ। ଦୀର୍ଘ ସମୟ ଧରି ଲାଗି ରହିଛି। କେବେ ଏହି ଯୁଦ୍ଧର ହେବ ସମାପ୍ତ ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ପରିସ୍ଥିତିରେ ଗୋଟି