ପୁରୁଷ ଏବଂ ମହିଳା ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି:ଆଇସିସି
by Argus News
Wed, Sep 18 | 10:56 a.m.

ଅର୍ଗସ ବ୍ୟୁରୋ:ଅକ୍ଟୋବର ୩ରୁ ଆରମ୍ଭ ହେବ ଆଇସିସି ମହିଳା ଟି-୨୦ ବିଶ୍ୱକପ । ଏହା ପୂର୍ବରୁ ବଡ଼ ଘୋଷଣା କରିଛି ଆଇସିସି। ଆଇସିସି ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି । ଡରବନରେ ଆଇସିସିର ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି।  ପୁରୁଷ ଟି-୨୦ରେ ଯେତିକି ଟଙ୍କାର ପୁରସ୍କାର ରାଶି ବିଭିନ୍ନ ଦଳକୁ ମିଳିଥିଲା ମହିଳା ବିଶ୍ୱକପରେ ମଧ୍ୟ ସମାନ ପରିମାଣର ଅର୍ଥ ମିଳିବ।

ଚଳିତ ବର୍ଷ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ ବିଜେତା ଦଳକୁ ଆଇସିସି ୨.୩୪ ମିଳିୟନ ଡଲାର ପ୍ରଦାନ କରିବ। ୨୦୨୩ ତୁଳନାରେ ଏହା ୧୩୪% ଅଧିକ। ୨୦୨୩ରେ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ କେବଳ ୧ ମିଲିୟନ ଡଲାର ମିଳିଥିଲା।ବିଶ୍ୱକପର ରନର୍ସ ଅପ ଦଳକୁ ପୂର୍ବରୁ ୫୦୦,୦୦୦ ଡଲାର ମିଳୁଥିବା ବେଳେ ଏଥର ୧.୧୭ ମିଲିୟନ ଡଲାର ମିଳିବ। 

୨୦୨୪ ଟି-୨୦ ବିଶ୍ୱକପ ପାଇଁ ଆଇସିସି ମୋଟ ୭,୯୫୮,୦୮୦ ଡଲାରର ବ୍ୟବସ୍ଥା କରିଛି। ଏହା ୨୦୨୩ର ୨.୪୫ ମିଲିୟନ ଡଲାର ଠାରୁ ୨୨୫ ପ୍ରତିଶତ ଅଧିକ। ଆଇସିସିର ଚେୟାରମ୍ୟାନ ଗ୍ରେଗ ବାର୍କଲେ କହିଛନ୍ତି, ଏହା ଆମ ଖେଳର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ମୋତେ ଖୁସି ଲାଗୁଛି, ଆଇସିସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା କ୍ରିକେଟରମାନଙ୍କୁ ବର୍ତ୍ତମାନ ସମାନ ଭାବେ ପୁରସ୍କୃତ କରାଯିବ। ଆଇସିସିର ପ୍ରଶଂସା କରି ବିସିସିଆଇ ସଚିବ ଜୟ ଶାହ ଟ୍ୱିଟରରେ ଲେଖିଛନ୍ତି ଏକ ନୂଆ ସକାଳର ଆରମ୍ଭ। ସମାନତା ଏବଂ ସଶକ୍ତିକରଣର ଯୁଗ


 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ