ମୁଖ୍ୟମନ୍ତ୍ରୀ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ
by Argus News
Fri, May 10 | 7:14 p.m.

ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରେ ଚାଷୀ ଖୋଲିଲେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ପୋଲ।ନବୀନ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ୍ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ॥ ୨ ହଜାର ହେକ୍ଟରରେ ଜଳସେଚନ ପ୍ରତିଶ୍ରୁତି ପାଲଟିଛି ପାଣିରଗାର...ଚାଷୀ କହିଲେ ଯାହା କୁହନ୍ତି ତାହା କରନ୍ତି ନାହିଁ ମୁଖ୍ୟମନ୍ତ୍ରୀ। ପାର୍ବତିଗିରି ଉଠା ଜଳସେଚନ ନାଁ ରେ ବି ଚାଷୀଙ୍କୁ ଧୋକା। 
୨୦୧୯ ରେ ଭେଡେନ୍ ନଈ ରୁ ପାଣି ନେଇ ୧୫୦୦ ହେକ୍ଟର ଜମି କୁ ଜଳ ସେଚନ କରିବେ ବୋଲି କହିଥିଲେ ସରକାର।

୩୬ କୋଟି ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କଲେ ସତ ହେଲେ ତାହା ବି ଚାଷୀଙ୍କ କାମ ରେ ଆସୁନି । ନଦୀ ର ଯେଉଁ ସ୍ଥାନରୁ ପାଣି ଉଠିବ ସେଇଠି ପାଣି ନାହିଁ । ଫଳରେ ଖରିଫ୍ ଚାଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଚାଷୀ ଚିନ୍ତାରେ.. ନିର୍ମାଣ ହେବା ଦିନରୁ ଖରା ଦିନେ ଖରିଫ୍ ଚାଷ କାମରେ ଆସିନି ଏହି ପ୍ରକଳ୍ପ ।
 
ଗତ ୫ ବର୍ଷ ରେ ୨୦ ଲକ୍ଷ ଏକଇ ଜମିରେ ଜଳସେଚନ ସୁବିଧା ଦେଇଥିବା ନିଜ ଘୋଷଣା ପତ୍ରରେ କହିଛି ବିଜେଡ଼ି । ହେଲେ କୁଚିଣ୍ଡା ର  ବୁଦୁଲାପାଲି ପରି କାଗଜ କଲମରେ ଜଳସେଚନ କରି ନିଜ ପିଠି ନିଜେ ଥାପୁଡ଼ାଉଛନ୍ତି କି ମୁଖ୍ୟମନ୍ତ୍ରୀ।  ଏମିତି ମିଛ ଜଳସେଚନ ରେ ବଢିବ କି ଚାଷୀର ଆୟ ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍